କେନାଲ ଉପରେ ଗୃହ ନିର୍ମାଣକୁ ନେଇ ଉତ୍ତେଜନା

0 1

ଶାରଳାରୋଡ ଛକରେ ଟାୟାର ଜାଳି କଟକ-ପାରାଦ୍ବୀପ ରାସ୍ତା ଅବରୋଧ

ଜଗତସିଂହପୁର:(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତସ୍ଥିତ ଏକ କେନାଲ ଉପରେ ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଜି ବାଇଁଗୋଳ ଗ୍ରାମର ୫୦ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଶାରଳାରୋଡ ଛକରେ ଟାୟାର ଜାଳି କଟକ-ପାରାଦ୍ବୀପ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ତିର୍ତ୍ତୋଲ ଥାନା ଆଇ ଆଇ ସି କୃଷ୍ଣ ପ୍ରସାଦ ମିଶ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅବରୋଧ ଆଲୋଚନା କରିଥିଲେ | ବୁଝାସୁଝା କରିବା ସେମାନଙ୍କୁ ରାସ୍ତା ଅବରୋଧ ହଟାଇବା ପାଇଁ ରାଜି କରାଇଥିଲେ । ଆଇଆଇସିଙ୍କୁ ଉପସ୍ଥିତିରେ ରାସ୍ତାରୋକ ହଟିବା ପରେ ପରିସ୍ଥିତି ଓ ଯାତାୟାତ ସ୍ୱାଭାବିକ ହୋଇଥିଲା |

ଅଭିଯୋଗ ଅନୂଯାୟୀ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ଶାଳଜଙ୍ଗା ଗ୍ରାମର ଅକ୍ଷୟ ସାହାଣୀ ସରକାରୀ କେନାଲ ଉପରେ ଜୋର ଜବରଦସ୍ତି ଗୃହ ନିର୍ମାଣ କରୁଥିବା ବେଳେ ଉକ୍ତ ପଞ୍ଚାୟତ ବାଇଁଗୋଳ ଗ୍ରାମବାସୀ ଏହି ଗୃହନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ବେଳେ ଗ୍ରାମର କେତେକ ମହିଳା ଆହତ ହୋଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଉକ୍ତ ପଞ୍ଚାୟତ ସ୍ଥିତ ଶାଳଜଙ୍ଗା ଗ୍ରାମର ସୁଚିତ୍ରା ସାହୁଙ୍କ ଉପସ୍ଥିତିରେ ତାଙ୍କ ନିଜ ଯାଗାରେ ବାସଗୃହ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ  ସେହିସମୟରେ କେତେକ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ସୁଚିତ୍ରା ସାହୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି |

Leave A Reply

Your email address will not be published.