ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଏସ୍ଏଚ୍ ଜି ଙ୍କୁ ସ୍ବାବଲମ୍ବି କରିବା ଉଦ୍ଦେଷ୍ ନେଇ ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ସଭାଗୃହ ଠାରେ ଗୁମ୍ମା ବ୍ଲକର ୧୦୧ ଟି ମହିଳା ଏସ୍ ଏଚ୍ ଜି ଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓଡିଶା ଜୀବିକା ମିଶନର ମିଳିତରେ ଋଣ ପ୍ରଦାନ କରାଯାଇଛି ।
ଜିଲ୍ଲାପାଳ ଅନୁପମ ଶାହା ଏଥିରେ ଯୋଗ ଦେଇ ପ୍ରତ୍ୟେକ ମହିଳା ଗ୍ରୁପ କୁ ୧ଲକ୍ଷ ୫୦ ହଜାର ଟଙ୍କାର ଋଣ ପ୍ରଦାନ କରିବା ସହ ସେମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । । ଋଣ ଟଙ୍କାର ସୁବିନିଯୋଗ କରି ଆତ୍ମନିର୍ଭରଶୀଳ ହେବା ସହ ଠିକ ସମୟରେ ଋଣ ପରିଶୋଧ କରି ବ୍ୟାଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣା, ଷ୍ଟେଟ ବ୍ୟାଙ୍କ ଜେନେରାଲ ମେନେଜର ବିଜୟ କୁମାର କୁଜୁର୍ , ବ୍ରହ୍ମପୁର ଡିଜିଏମ ସୁନୀଲ ଭତୁର୍ ଖାଇନର , ଗୁମ୍ମା ବିଡିଓ ନଟବର ଗରଡ଼ , ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ , ଉପାଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁ ଏବଂ ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଏସ୍ ଏଚ୍ ଜି ଗ୍ରୁପର ବିକାଶ ପାଈଁ ଏବଂ ସେମାନଙ୍କୁ ରୋଜଗାରକ୍ଷମ କରିବାପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଏଠାରେ ଯେଉଁ ଦେଢ ଲକ୍ଷ ଟଙ୍କା ଲେଖାଏଁ ଋଣ ଟଙ୍କା ପ୍ରଦାନ କରାଯାଇଛି , ସେଥିରେ କମ ସୁଧରେ ଋଣ ପ୍ରଦାନ କରାଯାଇଛି ବୋଲି ବ୍ୟାଙ୍କ ଅଧିକାରୀ ମାନେ କହିଥିଲେ । ଏତଦ୍ ବ୍ୟତିତ ବ୍ଲକ-ଅଂଚଳ ଗୁଡ଼ିକରେ ମଧ୍ୟ ଓଡିଶା ଜୀବିକା ମିଶନ ଶକ୍ତି ଜରିଆରେ ମଧ୍ୟ ଏହାର ଉଚିତ ତଦାରଖ କରାଯାଇ ଋଣ ପ୍ରଦାନ କରାଯାଉଛି ବୋଲି ବ୍ୟାଙ୍କ ଅଧିକାରୀ ମାନେ ପ୍ରକାଶ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାୟଗଡ ଜୋନର ଆଞ୍ଚଳିକ ପରିଚାଳକ ମନୋରଞ୍ଜନ ପ୍ରଧାନ , ଗୁମ୍ମା ବ୍ରାଞ୍ଚ ମେନେଜର ରଶ୍ମିକାନ୍ତି ଜେନା , ସେରଙ୍ଗ ବ୍ରାଞ୍ଚ ମେନେଜର ଏ .ପ୍ରସନ୍ନ କୁମାର ପାତ୍ର , ଜୀବିକା ମିଶନର ଅଧ୍ୟକ୍ଷ ଅଭିଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.