ନିୟତି ଆନୁକୂଲ୍ୟରେ ବୌଦ୍ଧିକ ଅନଗ୍ରସରତା ଓ ତାର ତାଲିମ ସଫଳତା” ଶୀର୍ଷକ କର୍ମଶାଳା

0

    ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଭିନ୍ନକ୍ଷମଙ୍କ ପାଇଁ ସେବାରତ ଅନୁଷ୍ଠାନ ନିୟତି ଆନୁକୂଲ୍ୟରେ  “ବୌଦ୍ଧିକ ଅନଗ୍ରସରତା ଓ ତାର ତାଲିମ ସଫଳତା”ଆଲୋଚନା କର୍ମଶାଳା ସ୍ଥାନୀୟ ରାଣୀପେଣ୍ଠ ରେ ଦିନିକିଆ କର୍ମଶାଳା ଅନୁଷ୍ଠାନର ସଭାପତି ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି।ମୁଖ୍ୟ ଅତିଥି ଭାବେ ଡାକ୍ତର ଶାନ୍ତନୁ ପାଢ଼ୀ (ଶଲ୍ୟ ଚିକିତ୍ସା ବିଶେଷଜ୍ଞ ) ସମ୍ମାନୀତ ଅତିଥି ରୂପେ ରବୀନ୍ଦ୍ରନାଥ ବେହେରା (ଜିଲ୍ଳା ସମାଜିକ ସୁରକ୍ଷା ଓ ସଶକ୍ତି କରଣ ଅଧିକାରୀ),ଅରୁଣ କୁମାର ତ୍ରିପାଠୀ(ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ),ସ୍ୱତନ୍ତ୍ର ଅତିଥି ତଥା ମୁଖ୍ୟ ସମ୍ବଳ କର୍ମୀ  ସରିତା ବେହେରା  (ଏଉନିଶେଫ ର ରାଜ୍ୟ ସଂଯୋଜିକା  . ଭୁବନେଶ୍ୱର )ଅନ୍ୟତମ ସମ୍ବଳ କର୍ମୀମାନେ ହେଲେ ଅଧ୍ୟାପକ ମହମ୍ମଦ ଏମ୍ରନ ଅଲ୍ଲୀ,ଭୁବନେଶ୍ୱର, ଅନୁଯାକୁମାର ଦାସ , ଭୁବନେଶ୍ୱର, ଦିଲୀପକୁମାର ବେହେରା ,ଦୀପକକୁମାର ନାୟକ ,ଭୁବନେଶ୍ୱର , ଯୋଗଦାନ କରି  ପିଲାମାନଙ୍କର ବୌଦ୍ଧିକ ଅନଗ୍ରସରତାର କାରଣ ଓ ତାର ନିରାକରଣ ସମ୍ପର୍କରେ ବିଶଦ ବ୍ୟାଖ୍ୟା କରିଥିଲେ।ବୌଦ୍ଧିକ ଅନଗ୍ରସରତା ରୋଗ ନୁହେଁ ଏହାଏକ ମନୁଷ୍ୟର ଅନିଚ୍ଛାକୃତ ଅବସ୍ଥା ମାତ୍ର ,ସମାଜରେ ପ୍ରତେକ ବ୍ୟକ୍ତିଙ୍କ ନୈତିକ କର୍ତ୍ତବ୍ୟ ହେଲା ଏଭଳି ବ୍ୟକ୍ତି/ପିଲାଙ୍କୁ   ଚିହ୍ନଟ କରି ସେମାନଙ୍କୁ ତାଲିମ ପାଇଁ ସୁବନ୍ଦୋବସ୍ତ କରିବା।

 କର୍ମଶାଳା ପ୍ରାରମ୍ଭରେ ନିୟତିର ସମ୍ପାଦକ ବିଚିତ୍ରା ନନ୍ଦ ବେବର୍ତ୍ତା ସ୍ୱାଗତ ସମ୍ଭାଷଣ ଦେଇ ଗଜପତିର ଏକମାତ୍ର ମାନସିକ ଅନଗ୍ରସର ବିଦ୍ୟାଳୟ ନିୟତି ସମ୍ପର୍କରେ ସୁଚାଇଥିଲେ। ପ୍ରଶାସନ,ଜନସାଧାରଣ, ଅଭିଭାବକ,ଶୁଭ ଚିନ୍ତକଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କର୍ମଶାଳରେ ନେହୁରୁ ଯୁବ କେନ୍ଦ୍ର,ମହିଳା ମହାବିଦ୍ୟାଳୟ, ବିନୋଦିନି କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ଅଙ୍ଗନବାଡି, ଶ୍ରୀକୃଷ୍ଟଚନ୍ଦ୍ର ଗଜପତି  ସ୍ୱୟଂଗ ଶାସିତ  ମହାବିଦ୍ୟାଳୟ,ଓ ବିଭିନ୍ନ ସାମଜିକ ଅନୁଷ୍ଠାନର ଛାତ୍ର ଛାତ୍ରୀ  ବ୍ୟକ୍ତିବିଶେଷ  ଯୋଗ ଦେଇଥିଲେ। କାର୍ଯକ୍ରମକୁ ସ୍ନେହଲତା ପାଣିଗ୍ରାହୀ, ଜ୍ୟୋଷ୍ଣା ଡାକୁଆ, ସାସ୍ବତୀ ବେବର୍ତ୍ତା, ସୁରେନ୍ଦ୍ର ଭୂୟାଁ,ସୋନୁ ଭୂୟାଁ ,ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା   କରିଥିଲେ। କର୍ମଶାଳାରେ ନିୟତିର ସମସ୍ତ ଛାତ୍ର ଛାତ୍ରୀ ଅଭିବାବକ ଯୋଗ ଦେଇଥିଲେ।

Leave A Reply

Your email address will not be published.