ପ୍ରଥମେ ଥାନା, ତାପରେ ଆଜି ମନ୍ତ୍ରୀ ଗଲେ ଚୌଦ୍ୱାର ଜେଲ

0

କଟକ :କିଛି ଦିନ ତଳେ ଖଣ୍ଡଗିରି ଥାନା ଯାଇଥିବା ମନ୍ତ୍ରୀ ଆଜି ଚୌଦ୍ୱାର ଜେଲ ଯାଇଛନ୍ତି । ଖଣ୍ଡଗିରି ଥାନା ପରି ଅତର୍କିତ ଭାବେ ଚୌଦ୍ୱାର ଜେଲରେ ମନ୍ତ୍ରୀଙ୍କୁ ଦେଖି ସମସ୍ତେ କନଫ୍ୟୁଜଡ଼ ହୋଇଯାଇଥିଲେ କିଛି ସମୟ ପାଇଁ | ଆପଣମାନେ ବି କନଫ୍ୟୁଜଡ଼ ହୋଇଯାଉଥିବେ କୋଉ ମନ୍ତ୍ରୀ ଥାନା କୁ ଯିବାପରେ ଜେଲ କାହିଁକି ଗଲେ ! ଅବଶ୍ୟ କେଉଁ ମନ୍ତ୍ରୀ ଓ ବିଧାୟକ କେତେବେଳେ ଜେଲ ଯିବେ ତାହା ତା କେହିଁ କହିପାରିବେନି | କାରଣ କିଛି ମନ୍ତ୍ରୀ ଓ ବିଧାୟକଙ୍କ ମୁଣ୍ଡଉପରେ ଜେଲ ଖଣ୍ଡା ଅଦୃଶ୍ୟ ଭାବେ ଝୁଲୁଛି | ସେ ତ ପରକଥା |  ହେଲେ ଆଜି ଆମେ ଯେଉଁ ମନ୍ତ୍ରୀଙ୍କ କଥା କହୁଚୁ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ  କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର | ସେ ଆଜି ଜେଲର ଅବସ୍ଥା ପରଖିବା ପାଇଁ ପହଂଚିଥିଲେ ଚୌଦ୍ୱାର ଜେଲରେ | ସେ ଜେଲ ପରିଦର୍ଶନ କରିବା ସହ ବିଚାରାଧୀନ ଅନ୍ତେବାସୀ କଏଦୀଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝହିଥିଲେ | ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ଅତିରିକ୍ତ ମହା ମିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ଓ ଡିଆଇଜି ଗୋପବନ୍ଧୁ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ |
ସୂଚନାଯୋଗ୍ୟ, କିଛି ଦିନ ତଳେ ଶ୍ରୀ  ମିଶ୍ର ଅଚାନକ ଭୁବନେଶ୍ୱରର ଖଣ୍ଡଗିରି ଥାନା ପରିଦର୍ଶନ କରିଥିଲୋ ଅନ୍ୟ ପକ୍ଷରେ ଭୁବନେଶ୍ୱରରେ ହେଉଥିବା ନିଶାକାରବାରକୁ  ପ୍ରତିହତ କରିବା ସହିତ ସଂପୃକ୍ତ ଦଲାଲ ଓ ଚୋରାବେପାରୀମାନଙ୍କୁ ଦୃଢ଼ହସ୍ତରେ ଦମନ କରିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲୋ ସାଧାରଣ ଜନତାର ସେବା କରିବା ନିମନ୍ତେ ଥାନାରେ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଯଥାସମ୍ଭବ ସୌଜନ୍ୟ ପ୍ରଦର୍ଶନ କରିବା ସହ ଆଇନ୍ ଖୀଲାପକାରୀମାନଙ୍କ ପ୍ରତି କୌଣସି ମାତ୍ରାରେ ସଞ୍ଚେଦନଶୀଳ ନହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲୋ ସାଧାରଣ ନାଗରିକ ତା’ର ସମସ୍ୟା କି ଅଭିଯୋଗ  କରିବା ପାଇଁ ଟେଲିଫୋନ କଲେ ତୁରନ୍ତ ତାହାର ଉତ୍ତର ଥାନା ପକ୍ଷରୁ ଦିଆଜିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ |  ଏହାବ୍ୟତୀତ ଜନ ପ୍ରତିନିଧିମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ, ଥାନାର ଭିତର ଓ ବାହ୍ୟ  ପରିସର ମଧ୍ୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୀବାକୁ ମଧ୍ୟ ମନ୍ତ୍ରୀ କହିଥିଲେ |

Leave A Reply

Your email address will not be published.