ଜଗତସିଂହପୁର ପୌର ପରିଷଦ ପକ୍ଷରୁ ନୂତନ ସ୍ଲଟର ହାଉସ ଉଦଘାଟିତ

0

ଜଗତସିଂହପୁର:(ରମେଶ ମହାନ୍ତି) – ଜଗତସିଂହପୁର ପୌରପରିଷଦର ଚାଟରା କୃଷକ ବଜାର ପରିସରରେ ଏକ ନୂତନ କଂସେଇଖାନା (ସ୍ଲଟର ହାଉସ) ଗୃହ ର ଉଦଘାଟନ ହୋଇଯାଇଛି lମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାହାରେ ମୁକ୍ତ ଜାଗାରେ ମାଂସ କଟାଯାଇ ପାରିବ ନାହିଁ l ସେହି ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଟରା କୃଷକ ବଜାରରେ ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୦ ଟି ରୁମ୍ ବିଶିଷ୍ଠ ସ୍ଲଟର ହାଉସ ନିର୍ମାଣ କରାଯାଇଛି l ଜଗତସିଂହପୁର ପୌରପରିଷଦ ଅଧିକାରୀ ଏହି ଗୃହ ଗୁଡିକୁ ମାଂସ କଟାଳି ମାନଙ୍କୁ ଭଡା ସୂତ୍ରରେ ଯୋଗାଇ ଦେବେ।ଆସନ୍ତା ଅଗଷ୍ଟ ପହିଲାରୁ ସେଠାରେ ମାଂସ କଟାଯାଇ ବିକ୍ରି କରାଯିବlଏହି ଉଦଘାଟନୀ ଉତ୍ସବ ରେ ଜଗତ୍ସିଂହପୁରର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ନୂତନ ଗୃହ ର ଉଦଘାଟନ କରିଥିଲେ l ଏହି ଅବସରରେ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତି. ଶ୍ରୀମତୀ କନକ ପ୍ରଭା ଲେଙ୍କା,ମନୋଜ ଭୋଇ. ଅନିଲ ରାୟ.ମଧୁସୂଦନ ସାହୁ. ଜିଲାପରିଷଦ ସଭ୍ୟ ଜଗନ୍ନାଥ ମୁଦୁଲି.ସରପଂଚ.ସମିତ ସଭ୍ଯ. ସମବାୟ ସମିତି କର୍ମକର୍ତ୍ତା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ. ହିସାବ ରକ୍ଷକ ସନ୍ଦୀପ ପାତ୍ରଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ l

Leave A Reply

Your email address will not be published.