ପୋଲିସ ଚଢ଼ାଉ : ନିଶା ଔଷଧ-କଫସିରପ ଚୋରା ବେପାରୀ ଗିରଫ

0

ପଦ୍ମପୁର(ନୀଲମ୍ବର ଦୀପ):-ବେନିୟମ ଭାବରେ ଚାଲିଥିବା ନିଶା କାରବାର ଏବଂ କଫସିରଫ ର ଅପବ୍ୟବହାର ରୋକିବା ପାଇଁ ପଦ୍ମପୁର ପୋଲିସ ତରଫରୁ ପଦ୍ମପୁର ଏବଂ ତା ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ପୋଲିସରର ଚଢ଼ାଉ ଜାରିରହିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପଦ୍ମପୁର ଆଇ.ଆଇ.ସି ମାନସ ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶକ୍ରମେ ସବ୍ ଇନ୍ସପେକ୍ଟର ସୌମ୍ୟରଞ୍ଜନ ପାତ୍ର ଏବଂ ଏ.ଏସ୍.ଆଇ. ପବିତ୍ରମୋହନ ବେହେରା ଙ୍କ ନେତୃତ୍ୱରେ ଆଜି ଦିନ ୧୧ଘ ସମୟରେ ପଦ୍ମପୁର ନିକଟସ୍ଥ ବରିକେଲ ଗ୍ରାମରେ ଚଢ଼ାଉ କରାଯାଇ ସଂସ୍କୃତ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆ ରୁ ୧୮ ଲିଟର କଫସିରଫ ସହ ତିନିଜଣ କଫସିରଫ ବ୍ୟବସାୟୀ ଅନିଲ ମେହେର(ବରିକେଲ), ସାନ ନାଗ(ବରିକେଲ), ଆସିଫ୍ ଖାନ୍ (ରଜପଡା) ଗିରଫକରାଯାଇ କୋର୍ଟଚାଲାଣ କରାଯାଇଥିଲା। ଆଇ.ଆଇ.ସି ମାନସ ରଞ୍ଜନ ପ୍ରଧାନ ଙ୍କ ସୂଚନାନୁଯାଇ ଅନିଲ ମେହେର ଙ୍କ ଶିକ୍ଷାଗତ ଯୋଗ୍ୟତା ଫର୍ମାସି ଅଟେ ଏବଂ ସେ ମେଡ଼ିସିନ ଦୋକାନ କରିବାକୁ ଆବେଦନ କରିଛନ୍ତି, ଏହି ନିଶାବ୍ୟାବସାୟୀ ମାନେ ଏସକଫ୍ କଫ ସିରଫରେ ନିଶାବଟିକା ମିଶାଇ ଗ୍ଲାସ ପିଛା ୮୦ ଟଙ୍କା ରେ ନିଶାଖୋର ମାନଙ୍କୁ ବିକ୍ରିକରୁଥିଲେ।

ବିଗତ ୧ମାସ ମଧ୍ୟରେ ପଦ୍ମପୁର ପୋଲିସ ଏସକଫ୍ ସିରଫ ବିକ୍ରି ଅଭିଯୋଗରେ ୮ଜଣ ଲୋକଙ୍କୁ ଗିରଫ କରିବା ସହିତ ବିପୁଳପରିମାଣର ଏସକଫ୍ କଫ ସିରଫ ଜବତ କରିଛନ୍ତି ।

Leave A Reply

Your email address will not be published.