ଭୁବନେଶ୍ୱର : ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହାନି ଘଟୁଥିବା ଦୁର୍ଘଟଣା ପ୍ରବଣ ଜାତୀୟ ରାଜପଥରେ ହଂସପାଳ ଠାରେ ଏକ ଫ୍ଲାଏ ଓଭର ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦଦନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ | କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କୁ ସାକ୍ଷାତ କରି ଶ୍ରୀମତୀ ଷଡ଼ଙ୍ଗୀ ଦେଇଥିବା ଦାବୀପତ୍ରରେ ଦର୍ଶାଯାଇଛନ୍ତି ଯେ ଦିନକୁ ଦିନ ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ମଧ୍ୟରୁ ଜାତୀୟ ରାଜପଥ ଗୁଡ଼ିକରେ ଏହା ଅଧିକ ମାତ୍ରାରେ ପ୍ରଭାବିତ ହେଉଛି। ଏପରିକି ନିକଟରେ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ଜାତୀୟ ରାଜପଥରେ ଯାଉଥିବା ହଂସପାଳକୁ ବ୍ଲାକସ୍ପଟ୍ ଭାବେ ଚିହ୍ନ କରାଯାଇଥିଲା। ଗତ କିଛି ବର୍ଷ ହେବ ସେଠାରେ ମାତ୍ରାଧିକ ଦୁର୍ଘଟଣା ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇ ଅବଗତ କରାଇଛନ୍ତି ଅପରାଜିତା। ଏଠାରେ ଫ୍ଲାଇ ଓଭର ନିର୍ମାଣ ହେଲେ ଅନେକ ଧନ ଜୀବନକ୍ଷତି କୁ ରୋକାଯାଇପାରିବ ଓ ଦୁର୍ଘଟଣାକୁ ଏଡାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଗଡକାରୀଙ୍କୁ ଅବଗତ କରାଇଥିଲେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ |
ତାଙ୍କ ଦାବିକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକାରୀ ଉକ୍ତ ଦାବି ଉପରେ ଖୁବଶୀଘ୍ର ବିଚାର ବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଭୁବନେଶ୍ୱର ସାଂସଦ।
Sign in
Sign in
Recover your password.
A password will be e-mailed to you.
Prev Post