ଶହୀଦ ସେନାଙ୍କ ତ୍ୟାଗର ପଟାନ୍ତର ନାହିଁ

0

ଜିଲ୍ଲା ସାଂବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ କାରଗିଲ ବିଜୟ ଦିବସ

ବଲାଙ୍ଗିର ( ନିରୋଜ ମିଶ୍ର ) ବହୁ ବଳିଦାନ ଓ ତ୍ୟାଗ ବଳରେ ଆମ ଦେଶ ଭାରତ ସ୍ୱାଧ୍ୱୀନ ହୋଇଥିଲା  । ସେହି ସ୍ୱାଧିନତାକୁ ସୁରକ୍ଷିତ ରଖିବା ପାଇଁ ଦେଶର ସୀମାନ୍ତରେ ସୈନିକମାନେ ସଦାସର୍ବଦା ଜାଗତିଆର ରହିଛନ୍ତି  । ତେଣୁ ଦେଶ ଭିତରେ ମଧ୍ୟ ପ୍ରତ୍ୟେକ ନାଗରିକ ନିଜକୁ ଦେଶପାଇଁ ପ୍ରସ୍ତୁତ କରିବା ଉଚିତ । ପଡୋଷୀ ରାଷ୍ଟ୍ର ମାନଙ୍କ ଦ୍ୱାରା ଦେଶର ସ୍ୱାଧିନତାକୁ ବିପନ୍ନ କରିବାକୁ ବିଭିନ୍ନ ସମୟରେ ବାରମ୍ବାର ଉଦ୍ୟମ ହୋଇଆସୁଛି, ତନ୍ମଧ୍ୟରୁ ଅନ୍ୟତମ ହେଉଛି କାରଗିଲ ଅନୁପ୍ରବେଶ । ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ ଭାରତୀୟ ସୈନ୍ୟ ଓ ଦେଶ ବାସୀଙ୍କ ମନୋବଳର ବିଜୟ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶତ୍ରୁଙ୍କୁ ନିପାତ କରି ଦେଶର ସୈନିକମାନେ ବିଜୟର ବାନା ଉଡାଇଥିଲେ   । ତେଣୁ ଜୁଲାଇ ୨୬କୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରାଯାଉଛି  । ଏ ବିଜୟ ଦିବସ କେବଳ ସୈନିକମାନଙ୍କ ପାଇଁ ନୁହେଁ, ସମଗ୍ର ଦେଶବାସୀଙ୍କ ପାଇଁ ବୋଲି ଶୁକ୍ରବାର  ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ୨୦ତମ କାରଗିଲ ବିଜୟ ଦିବସ ଅବସରରେ ମଂଚାସୀନ ଅତିଥି ଓ ବକ୍ତାମାନେ ମତ ପୋଷଣ କରିିଥିଲେ ।
    ଜିଲ୍ଲା ସାମ୍ବାଦିକ ସଂଘ ଓ ଅବସରପ୍ର୍ରାପ୍ତ ସୈନିକ ସଂଘ ର ମିଳିତ ଆନୁକୂଲ୍ୟରେ ଏହି  ୨୦ତମ କାରଗିଲ ବିଜୟ ଦିବସ ପାଳିତ ହୋଇଥିଲା । ଜିଲ୍ଳା ସାମ୍ବାଦିକ ସଂଘ ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ୱରେ ତଥା ବରିଷ୍ଠ  ସାମ୍ବାଦିକ  ଶଂକର ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବଲାଙ୍ଗିର ସ୍ଥିତ ୧୮୯ ସିଆରପିଏଫ ବାଟାଲିୟନ କମାଣ୍ଡାଣ୍ଟ ଯୋଗୀନ୍ଦର ସିଂ ମୌର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ଶଶିକାନ୍ତ ନାୟକ ଓ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ କାରଗିଲ ବିଜୟ ଦିବସ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ । ପ୍ରଥମେ ଶହୀଦ ମାନଂକ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପରେ ସେମାନଂକ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭା ଆରମ୍ଭରେ ବରିଷ୍ଠ  ସାଂବାଦିକ ସତ୍ୟ ସୁନ୍ଦର ଭଞ୍ଜ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ସଂଘର ବରିଷ୍ଠ  ସଦସ୍ୟ ତଥା ସାମ୍ବାଦିକ ସୁଧୀର ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକ, ସହରର ବୁଦ୍ଧିଜିବୀ ଓ ସାମାଜିକ ସଂଗଠନର କର୍ମକର୍ତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.