ଏଫଆରଏ ୨୦୦୬ ଉଲଙ୍ଘନ ବିରୋଧରେ ବିଭିନ୍ନ ଆଦିବାସୀ ମଞ୍ଚ ପକ୍ଷରୁ ବିକ୍ଷୋଭ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜଙ୍ଗଲ ଅଧିକାର ଆଇନ(ଏଫଆରଏ) ୨୦୦୬ ଉଲଙ୍ଘନ ବିରୋଧରେ ଅଖିଳ ଭାରତ କିଷାନ ମଜଦୁର ସଭା  ଓ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଶୋଭାଯାତ୍ରାରେ ଆସି ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ କୃଷକ ସଭାର ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର, ଡି.ଵାଇ.ଏଫ.ଆଇ ରାଜ୍ୟ ସମ୍ପାଦକ ଜିତନ ମହାନ୍ତି ,ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ ଏବଂ ଅଖିଳ ଭାରତ ମଜଦୁର ସଭାର  ଜିଲ୍ଲା ସମ୍ପାଦକ କେଦାର ଶବର ପ୍ରମୁଖ ଯୋଗ ଦେଇଥିଲେ । ଏମାନଙ୍କ ସହ ଉଭୟ ମଞ୍ଚ ଓ ସଭାର ଏକ ହଜାରରୁ ଉଦ୍ର୍ଧ୍ୱ ଆଦିବାସୀ ମହିଳା ଓ ପୁରୁଷ ବିଭିନ୍ନ ପ୍ଲାକାର୍ଡ ଓ ଦଳିତ ପତାକା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।  ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ନିୟମାବଳୀ ୨୦୧୨କୁ ସଠିକ ଭାବେ କାର୍ଯ୍ୟକାରୀ କରି ରାଜ୍ୟର ଆଦିବାସୀ ଓ ପାରମ୍ପରିକ ବନଜିବି ମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରାଯାଉ । ଏତଦ୍‍ ବ୍ୟତୀତ ଜଙ୍ଗଲ ଅଧିକାର ସ୍ଥିର ନହେବା ପର୍ଯ୍ୟନ୍ତ ଆଦିବାସୀ ମାନେ ଚାଷ ବାସ କରି ଆସୁଥିବା କୌଣସି ହେଲେ ଜଙ୍ଗଲ ଜମିରେ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ଗଛ ଲଗାଇବା ବନ୍ଦ କରାଯାଉ ଏବଂ କେନ୍ଦ୍ର ସରକାରଙ୍କ ଆଦିବାସୀ ବିରୋଧି ନୀତି ବନ୍ଦ ହେଉ ବୋଲି ଦାବୀ କରାଯାଇଛି ।

Leave A Reply

Your email address will not be published.