ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରେ ଚଳିତ ବର୍ଷ ସ୍ୱଭାବିକ ଠାରୁ ଅତ୍ୟନ୍ତ କମ୍ ପରିମାଣର ବୃଷ୍ଟିପାତ ହୋଇଛି । ଏଥିଯୋଗୁଁ ଜିଲ୍ଲାରେ ମରୁଡି ପରିସ୍ଥିତ ଦେଖାଦେଇଛି । ତେଣୁ ଗଜପତି ଜିଲ୍ଲାକୁ ଚଳିତ ବର୍ଷ ମରୁଡି ଜିଲ୍ଲା ଭାବେ ରାଜ୍ୟସରକାର ଘୋଷଣା କରିବା ପାଇଁ ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ଦାବୀ କରୁଛି ବୋଲି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଭେଙ୍କେଟରାବଣା ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ।
ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମ୍ମା, ଓ ରାୟଗଡବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଣ ଚାଷ କାର୍ଯ୍ୟ ପାଇଁ ବ୍ୟପାକ ରୁଣ ଟଙ୍କାଆଣିଛନ୍ତି ତାହା କିଭଳି ଶୁଝିବେ ବୋଲି । ତେଣୁ କରି ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କ ରୁଣ ଛାଡ କରି ଫସଲ ବୀମା ଦେଇ ଗଜପତି ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ଦାବି କରିଥିଲେ । ଅନ୍ୟ ପକ୍ଷରେ ଚାଷୀ ମାନଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ରେସନକାର୍ଡ ଦେଇ ଉପକାର କରିବାକୁ ଦୃଢ ଦାବି କରିଥିଲେ । ଏତଦ୍ ବ୍ୟତୀତ ଜଳ ସେଚନର ବିଶେଷ ସୁବିଧା ପାଇଁ ରହିଥିବା ଏବଂ ପୋତି ହୋଇ ରହିଥିବା ସମସ୍ତ ସାଗର ଗୁଡିକର ପୁନରୁଦ୍ଧାର କରି ଜଳ ସେଚନ ଉପଯୋଗୀ କରାଯିବାକୁ ଦାବି କରିଥିଲେ ।
ଏହା ଛଡା ଜିଲ୍ଲାର ସମସ୍ତ ବ୍ଲକାଞ୍ଚଳରେ ଭାଜପାର ନିର୍ବାଚିତ ପ୍ରତିନିଧି ମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଖାତିର କରୁନାହାନ୍ତି , ଏମିତିକି ସେମାନେ ମନମୁଖୀ ଶାସନ କରି ଗଣତନ୍ତ୍ରକୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକଚେୟାରମ୍ୟାନେ ସି.ଏଚ ସିମାଦ୍ରୀ , କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ ପାଳ, ଯୁବନେତା ପିନିଣ୍ଟି କ୍ରିଷ୍ଣା ଏବଂ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.