ଘରୋଇ କଳହ ନେଲା ଜୀବନ

0

ବିଷ ପିଇ  ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଅଟକ

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲରେ ଘରୋଇ କଳହରୁ ଜନୈକା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ  ସେଡୀଂ ବସ୍ତି  ଅଂଚଳରେ ବସବାସ କରୁଥିବା ରଘୁ ବର୍ମନ ଗତ ବର୍ଷ ସୁଜାତା କାରୁଆଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ପରେ ରଘୁ ସୁଜାତାଙ୍କୁ ମାନସିକ ଓ ଶାରୀରିକ  ଯନ୍ତ୍ରଣା ଦେଇ ଆସୁଥିଲେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ସୁଜାତା ବିଷ ପିଇ ଦେଇଥିଲେ। କୌଣସି ସୂତ୍ରରୁ ଖବର ପାଇ ସୁଜାତଙ୍କ ପିତା ପହଞ୍ଚି ତାଙ୍କୁ ରାତି ପ୍ରାୟ ୩ଟା ସମୟରେ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ଆଣିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ସୁଜାତା ଯନ୍ତ୍ରଣା ସହି ନପାରି ଶେଷରେ ଆତ୍ମହତ୍ୟା କରିଛି ବୋଲି  ବୋଲି ସୁଜାତଙ୍କ ପିତା ଦୁର୍ଜ କାରୁଆ ଅଭିଯୋଗ କରିଛନ୍ତି। ବଡ଼ବିଲ ପୋଲିସ ଏକ କେଶ ରୁଜୁ କରି ଅଧିକ ତଦନ୍ତ ନିମନ୍ତେ  ରଘୁଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।

Leave A Reply

Your email address will not be published.