ବାଲିକୁଦା ଏରସମା ୟୁଥ ଫାଉଣ୍ଡେସନ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

0

 ଜଗତସିଂହପୁର(ରମେଶ ମହାନ୍ତି):-ବାଲିକୁଦା ବ୍ଲକ ଅନ୍ତର୍ଗତ କାଳିଓ ପଞ୍ଚାୟତର କାଳିଓ ଗ୍ରାମରୁ ନାଉଗାଁ ବ୍ଲକକୁ ସଂଯୋଗ କରୁଥିବା ସୁଣ୍ଟଳ ରାସ୍ତାର ଉଭୟ ପାର୍ଶ୍ୱରେ ବାଲିକୁଦା ଏରସମାର ସାମାଜିକ ଅନୁଷ୍ଠାନ ୟୁଥ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ କାଳିଓ ପଞ୍ଚାୟତର ପୂର୍ବତନ ସରପଞ୍ଚ ନୃସିଂହ ଚରଣ ସ୍ଵାଇଁଙ୍କ ନେତୃତ୍ଵରେ ଫାଉଣ୍ଡେସନ ର ସ୍ଵେଚ୍ଛାସେବୀ ସଦସ୍ୟ ମାନଙ୍କ ସହ କାଳିଓ ନୀଳକଣ୍ଠେଶ୍ଵର ୟୁବ ପରିଷଦର ସଦସ୍ଯ ମାନଙ୍କ ସହଯୋଗରେ ଏକଶହ ବିଭିନ୍ନ କିସମର ଚାରା ରୋପଣ କରାଯାଇ ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ବାଉଁଶ ତିଆରି ବତା ଘେରାଉ କରାଯାଇଥିଲା lଏହି ପରିପ୍ରେକ୍ଷୀରେ ନିକଟସ୍ଥ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଆଗାମୀ ଦିନର କାର୍ଯ୍ୟପନ୍ଥା ନିମନ୍ତେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭିକ ସଭାରେ ୟୁଥ ଫାଉଣ୍ଡେସନର ଉପଦେଷ୍ଠା ମାନସ କୁମାର ସାହୁଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ lଖାଲି ସେତିକି ନୁହେଁ ଶ୍ରୀଯୁକ୍ତ ସାହୁ ଗତ ଶୀତ ଦିନେ ପ୍ରାୟ ଗରିବୀ ଲୋକମାନଙ୍କ ପାଇଁ ଅନୁଷ୍ଠାନ ଦ୍ଵରା କମ୍ବଳ ଓ ଚଦର. ଖରା ତାତି ନିମନ୍ତେ ଛତା ଓ ଜୋତା ମଧ୍ଯ ବ୍ୟବସ୍ଥା କରାଇଥିଲେ I ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ସ୍ଥଳରେ ସ୍ଵଚ୍ଛ ଜଳ ଯୋଗାଣର ବନ୍ଦୋବସ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏଥିରେ ଶିକ୍ଷା କେନ୍ଦ୍ରର ଶିକ୍ଷକ ଜିତେନ୍ଦ୍ର ସିଂ. ବିକାଶ ନାୟକ. ତୁଷାରକାନ୍ତ ସାହୁ.ମନୋରଞ୍ଜନ ଦଳାଇ. ଅମୀୟ ନାୟକ.ଅମ୍ଭୂଯା ଭୋଳ.ସତ୍ୟଜିତ ସ୍ଵାଇଁ.ଜ୍ଯୋତି ରଂଜନ ରାଉତ (ମୁନା).ବିଜୟ ନାୟକ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.