“ଭୂମିହୀନ ଆଦିବାସୀଙ୍କୁ ଜମିପଟ୍ଟା,ପକ୍କାଘର ଯୋଗାଇ ଦିଆଯାଉ”

0

ଜଗତସିଂହପୁର:(ଏସ୍.ୟୁ.ସି.ଆଇ)କମ୍ୟୁନିଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜଗତସିଂହପୁର:(ରମେଶ ମହାନ୍ତି)-ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧହେବ ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରଣ ଓଡପଡା ଗ୍ରାମର ଚିରକାଳରେ ୪୦ରୁ ଉର୍ଦ୍ଧ ଆଦିବାସୀ ପରିବାର ଦୟନିୟ ଅବସ୍ଥାରେ ଜୀବନ ବିତାଇ ଆସୁଛନ୍ତି।ସେହିପରି ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ମାନଙ୍କରେ ମଧ୍ୟ ସେହି ଅବସ୍ଥାରେ ଆଦିବାସୀ ମାନେ ଜୀବନ ବିତାଉଛନ୍ତି।ପକ୍କାଘର ଅଭାବରୁ ବନ୍ୟା,ବାତ୍ୟା,ବର୍ଷା ସହ ସର୍ପଘାତର ସମ୍ମୁଖିନ ହୋଇ ଆସୁଛନ୍ତି।ଏଥିସହିତ ସେମାନେ ଭୂମିହୀନ ହୋଇଥିବାରୁ ପରିବାର ରେ ଉନ୍ନତି ଅସମ୍ଭବ ହୋଇପଡିଛି। ଯାହାକି ଘରପଟ୍ଟା ନଥିବାରୁ ସେମାନଙ୍କ ପିଲାମାନେ ଜାତିଗତ, ବାସିନ୍ଦା,ଆୟ ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଥିବା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଂଚିତ ହୋଇ ଅଧାରୁ ପାଠ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି।ତେଣୁ ତୁରନ୍ତ ଭୁମିହୀନ ଆଦିବାସୀ ମାନଙ୍କୁ ସରକାରୀ ଯୋଜନାରେ ଜମିପଟ୍ଟା ଓ ପକ୍କାଘର ପ୍ରଦାନ କରିବା ଦାବିରେ ବୁଧବାର ପୁର୍ବାହ୍ନରେ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟର ନେତା ପ୍ରଦିପ୍ତ ରାମଙ୍କ ନତୃତ୍ବରେ ୭୦ରୁ ଉର୍ଦ୍ଧ ଆଦିବାସୀ ମହିଳା ଓ ପୁରୁଷ ମାନେ ଥାନାଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସରକାରୀ ଯୋଜନାରେ ଜମି ପଟ୍ଟା ଓ ପକ୍କାଘର ତୁରନ୍ତ ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.