ବାଲିକୁଦା:ବେଲବଣିଆ ଅନନ୍ତ ଧାମରେ ଗୁରୁପୂର୍ଣ୍ଣିମା

0

ଜଗତସିଂହପୁର:(ରମେଶ ମହାନ୍ତି)-ମଙ୍ଗଳବାର ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଂଚାୟତର ବାଖରାବାଦ ଗ୍ରାମର ବେଲବଣିଆ ଅନନ୍ତ ଧାମ ଠାରେ ଗ୍ରାମବାସୀଙ୍କ ସହଯୋଗରେ ଶତାଧିକ ଅନନ୍ତ ଭକ୍ତ ମାନେ ପ୍ରଭୂ ଅନନ୍ତଙ୍କୁ ପୁଜା ଅର୍ଚ୍ଚନା କରି ଆତ୍ମ ସନ୍ତୋଷ ଲାଘବ କରିଛନ୍ତି।କିମ୍ବଦନ୍ତି ଅନୁଯାୟୀ ଏହି ଦିବସରେ ଭକ୍ତ ଯାହା ମାନସିକ କରିଥାଏ ଗୁରୁଙ୍କ ପୂଜା କରିବା ପରେ ତାହା ନିଶ୍ଚୟ ପୂର୍ଣ୍ଣହୋଇଥାଏ ବୋଲି କୁହାଯାଏ। ତେଣୁ ପ୍ରଭୂ ଅନନ୍ତଙ୍କ ଭକ୍ତ ରଂଜନ କୁମାର ମଲ୍ଲିକ,ରବିନ୍ଦ୍ର କୁମାର ମଲ୍ଲିକ,ଶଶି କାନ୍ତ ପଣ୍ଡା,ବିନୟ କୁମାର ବେହେରା,ତ୍ରିଲୋଚନ ମଲ୍ଲିକ,ଚର୍ଚ୍ଚିକା ଲେଙ୍କା,ବିଷ୍ଣୁ ଦାସ, ବାଇଧର ରାଉତ,ବିବେକାନନ୍ଦ ଦାଶ,ସ୍ବପ୍ନାରାଣୀ ପଣ୍ଡା,ରୁପାଲି ସାହୁ,ମିରା ବେହେରା,ପୂଜା ମଲ୍ଲିକ,ସାଗରିକା ନାୟକ,ସୁଚିସ୍ମିତା ନାୟକ,ମମତା ମଲ୍ଲିକ ପ୍ରମୁଖ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗଦେଇ ଗୁରୁଙ୍କ ପୂଜା ଅର୍ଚ୍ଚନା କରିଥିଲେ।ପୂର୍ବାହ୍ନ ଠାରୁ ଅପରାହ୍ନ ୨ଘ ପର୍ଯ୍ୟନ୍ତ ମଠ ପରିସରରେ ଭଜନ ଓ ନାମ ସଂକିର୍ତ୍ତନ ହୋଇଥିଲା।

Leave A Reply

Your email address will not be published.