ସୁନ୍ଦରଗଡ଼ବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଧାୟିକା କୁସୁମ

0

ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଲେ ଅନୁରୋଧ 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ ଜିଲ୍ଲାର ଅନେକ ବହୁ ପ୍ରତୀକ୍ଷିତ ଦାବି ନେଇ ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ସୁନ୍ଦରଗଡ ସଦର ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ଼ ଜିଲ୍ଲା ବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦାବିଗୁଡିକ ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୁଇ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କୁସୁମ ।

ଆଜି ସୁନ୍ଦରଗଡ଼ ବିଧାୟିକା ପାର୍ଲାମେଂଟ ଭବନରେ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ସାକ୍ଷାତ କରି ଝାରସୁଗୁଡ଼ା ଠାରୁ ଭାୟା ସୁନ୍ଦରଗଡ଼ ଦେଇ ଅମ୍ବିକାପୁର ପାଇଁ ରେଳ ସଂଯୋଗ ସହିତ, ହେମଗିର ବ୍ଲକର୍ ସରଡେଗା ଠାରୁ ଦରଳିପାଲ୍ଲୀ  ଦେଇ ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ ଏବଂ ଡୁଡୁକା ଠାରୁ ହେମଗିର ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ବିଧାୟିକା ଦୃଡ଼ ଦାବୀ ଉପସ୍ଥାପନ କରିଛନ୍ତି |

ତାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଉପସ୍ଥିତିରେ ବିଧାୟିକା ଶ୍ରୀମତୀ କୁସୁମ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସୁନ୍ଦରଗଡ଼ ଜିଲ୍ଲାର ପ୍ରାଣବିନ୍ଦୁ ଥିବା ଇବନଦୀ ଉପରେ ବ୍ରିଜ ଓ ବ୍ୟରେଜ ନିର୍ମାଣ ପାଇଁ ଦାବି କରିଥିଲେ।  ତା ସହିତ ରାଜ୍ୟ ସରକାରଙ୍କର ମେଗାଲିଫ୍ଟ ଯୋଜନା ଯୋଗୁଁ ସେପ୍ଟେମ୍ବର ମାସ ପରେ ଚାଷୀମାନେ ଉକ୍ତ ପ୍ରକଳ୍ପରୁ ପାଣିପାଇ ପାରୁନାହାଁନ୍ତି ସେଇଥିପାଇଁ ସୁନ୍ଦରଗଡ଼ ରେ ଇବନଦୀ ଉପରେ ୬ଟି ବ୍ୟାରେଜ, ସଫେଇ ନଦୀରେ ୪ଟି ବ୍ୟାରେଜ, ଇଚ୍ଛା ନଦୀରେ ୩ଟି ବ୍ୟାରେଜ ଏବଂ ବସୁନ୍ଧରା ନଦୀରେ ୪ଟି ବ୍ୟାରେଜ ନିର୍ମାଣ ପାଇଁ ଅନୁରୋଧ କରିଥିଲେ |  ଜଳସେଚନ ବିଭାଗ ପକ୍ଷରୁ ସର୍ଭେ ହୋଇଥିବା ୩୩ ଟି(Instream storage) )ଯାହାଦ୍ଵାରା ୧୨ ମାସ ଚାଷୀମାନଙ୍କର ପାଣି ସମସ୍ୟା ଦୁରହୋଇପାରିବ ଓ ସୁନ୍ଦରଗଡ଼ ଜିଲ୍ଲା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ଭୋବିବାକୁ ନପଡୁ ସେଇଥି ପାଇଁ ବିସ୍ତ୍ରୁତ ଭାବରେ ଆଲୋକପାତ କରିଥିଲେ । ଏହି ସାକ୍ଷାତ ସମୟରେ ଇଂ ଦିଲ୍ଲୀପ ପଟେଲ, ଯୁବନେତା ଅଜୟ ପଟେଲ, ବିଶ୍ବଜିତ ତନ୍ତୀ, ଏବଂ ରୂପେଶ ପଟେଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.