ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହି ରସିକରାଜ ମନ୍ଦିର ପରିସରରେ ଥିବା ବାଲମୁକୁନ୍ଦ ଠାରେ ଚଳିତ ଗୁରୁପୂର୍ଣ୍ଣିମା ଉପଲକ୍ଷେ ଓଡିଶା ସରକାରଙ୍କ ମାସିକ ପତ୍ରିକା ଉତ୍କଳ ପ୍ରସଙ୍ଗ ରଥଯାତ୍ରା ବିଶେଷଙ୍କର ବିତରଣ ଉତ୍ସବ କାର୍ଯ୍ୟକ୍ରମ ଉପସ୍ଥିତ ତଥା ନିମନ୍ତ୍ରିତ ଅତିଥି ଏବଂ କେନ୍ଦ୍ରର ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଲକ୍ଷ୍ମୀଚରଣ ପଟ୍ଟନାୟକ ଯୋଗ ଦେଇ ବାଲମୁକୁନ୍ଦ କେନ୍ଦ୍ରର ପିଲାମାନଙ୍କୁ ଯୋଗଶିକ୍ଷା ଦେବା ସହ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟରତ ବରିଷ୍ଠ ଗ୍ରନ୍ଥାଗାରୀକ ଅଚ୍ୟୁତାନନ୍ଦ ବସ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠକ, ପାଠାଗାର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ ଦିଗ ଉପରେ ବୁଝାଇ ସୂଚନା ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୁବଆଦର୍ଶ ଶିକ୍ଷକ ଦେବଦତ୍ତ ବେବର୍ତ୍ତା ଏବଂ ରଚିତା ମହାନ୍ତି ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ସେମାନଙ୍କ ନିଜ ଲକ୍ଷ୍ୟ ସ୍ଥଳରେ କିଭଳି ପହଞ୍ଚିପାରିବେ ସେଥିପାଇଁ ପିଲାମାନଙ୍କୁ ବୁଝିବା ଭଳି ଅତି ସହଜ ଭାବେ ନିଜ ଅନୁଭୂତିର ବୃତ୍ତି ସମ୍ୱନ୍ଧିୟରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ପରବର୍ତ୍ତୀ ସଙ୍ଗୀତ ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ ବରିଷ୍ଠ ଚିତ୍ରାଙ୍କନ ଶିକ୍ଷକ ମୂରଲୀଧର ପରିଛା ଓ ସତ୍ୟନାରାୟଣ ଆପଟ ଯୋଗ ଦେଇ ଏହି ଦାୟିତ୍ୱ ତୁଲାଇଥିବା ବେଳେ କେନ୍ଦ୍ରର ମୁଖ୍ୟ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ବିଶେଷ ସହଯୋଗ କରିବା ସହ ଚଳିତ ବ୍ୟାସପୂର୍ଣ୍ଣିମା ତଥା ସଦ୍ଗୁରୁ ଦିବସରେ ଗୁରୁପୂଜନ କରିବା ପାଇଁ କେନ୍ଦ୍ରରେ ଉପସ୍ଥିତ ପିଲାମାନଙ୍କୁ ଉଚିତ ପରାମର୍ଶ ଦେବା ସହ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍କଳପ୍ରସଙ୍ଗ ପତ୍ରିକା ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post