କଲେଜ ଛାତ୍ରୀ ଙ୍କ ଅସ୍ବାଭାବିକ ମୃତ୍ୟୁ

0 2

ବାରିପଦା(Dillip Mohanty)-କଲେଜ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ବଡବାଇକଳା ଗ୍ରାମରେ। ମୃତ୍ୟୁ ବରଣ କରିଥିବା ଛାତ୍ରୀ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବୁଧିଆକୁଦର ଗାଁ ର ଶୁଭଶ୍ରୀ ମହାନ୍ତ (୧୮)। ଶୁଭଶ୍ରୀ ସାନବେଳୁ ବଡବାଇକଳା ସ୍ଥିତ  ନିଜ ମାମୁଁ ଘରେ ରହୁଥିଲେ। ତେବେ ତାଙ୍କୁ ମୁମୁର୍ଷୂ ଅବସ୍ଥାରେ ଉଦ୍ଧାର କରି ମାମୁଁ ଘର ଲୋକେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁ ର ସଠିକ୍ ତଥ୍ୟ ମିଳିପାରି ନାହିଁ। ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି।

Leave A Reply

Your email address will not be published.