ସୁଦମୁଣ୍ଡାରୁ ଉଠାଜଳସେଚନ ପ୍ରକଳ୍ପ ସ୍ଥାନାନ୍ତରକୁ ବିରୋଧ

0 1

ସୁଦମୁଣ୍ଡାର  ପ୍ରକଳ୍ପକୁ ବଘାରପାଲିକୁ ଉଠାଇ ନେଇ ନିର୍ମାଣ କାମ ଆରମ୍ଭ

ବିରୋଧରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ସୁଦମୁଣ୍ଡା ଗ୍ରାମକୁ ମଞ୍ଜୁୀପ୍ରାପ୍ତ ଉଠା ଜଳସେଚନ ପ୍ରକଳ୍ପକୁ ପଡୋଶୀ ବଘାରପାଲି ଗ୍ରାମକୁ ଉଠାଇ ନେଇ  ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉଛି I ହେଲେ ଗୋଟିଏ ଗ୍ରାମର ମଞ୍ଜୁରୀ ପ୍ରାପ୍ତ ପ୍ରାକଳ୍ପ କୁ ଅନ୍ୟ ଗ୍ରାମରେ କରାଯାଉଥିବାରୁ ସୁଦମୁଣ୍ଡା ଗ୍ରାମବାସୀ ମାନେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ୱୁଖରେ ଧାରଣା ଦେଇ ଉପଜିଲ୍ଲାପାଳ  ବିଶିକେସନ ଦେହୁରୀଙ୍କ ଜରିଆରେ ସମ୍ବଲପୁର ଜିଲ୍ଲା ପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି I ଏହାର ନକଲ କପି ଉଠାଜଳ ସେଚନ ବିଭାଗର ଅଧିକାରୀ ,ବିଡ଼ିଓଙ୍କୁ ମଧ୍ୟ ପ୍ରଦାନ କରାଯାଇଛି I ଏହାର ସବିଶେଷ ଶୁଣାଣୀ  ଆଗାମୀ ୧୬ ତାରିଖ କରାଯିବ ବୋଲି ଉପଖଣ୍ଡ ପ୍ରସାଶନ ପକ୍ଷରୁ କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା I ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ନାବାର୍ଡ ସହୟତାରେ ସୁଦମୁଣ୍ଡା ଗ୍ରାମକୁ ଏକ ଉଠାଜଳସେଚନ ପ୍ରକଳ୍ପ ମଜୁରୀ ହୋଇଛି I ମାତ୍ର ସେହି ପ୍ରକଳ୍ପ କୁ ସୁଦମୁଣ୍ଡା ଗ୍ରାମରେ ନକରି ବଘାର ପାଲି ଗ୍ରାମରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି I ସୂଚନା ଫଳକରେ ସୁଦମୁଣ୍ଡା ଗ୍ରାମ ଉଲ୍ଲେଖ ଥିବା ବେଳେ ବଘାରପାଲି ରେ ଏହି ପ୍ରକଳ୍ପ କାହିଁକି କରାଯାଇଛି ବୋଲି ଗ୍ରାମବାସୀ ମାନେ ବିରୋଧ କରିଛନ୍ତି I ଏପରିକି ସୁଦମୁଣ୍ଡା ଗ୍ରାମ ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ସରକାରୀ ଗ୍ରାମର ଚାଷିମାନଙ୍କୁ ଉପହାସ କରୁଅଛନ୍ତି ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି I ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଧାରଣା ରେ କଦଳୀଗଡ ପଞ୍ଚାୟତର ସରପଞ୍ଚ ନଳୀନି ଦେହୁରୀ ,ସତ୍ୟାନନ୍ଦ ପ୍ରଧାନ, ସୁରଥ ଷଣ୍ଢ ପ୍ରମୁଖ ଗ୍ରାମବାସୀ ଧାରଣ ଦେଇଥିଲେ I

Leave A Reply

Your email address will not be published.