ଜଗତସିଂହପୁର:ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ପେନସନ ଅଦାଲତ

0

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିମନ୍ତେ ଏକ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ପେନସନ ଅଦାଲତରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ପେନସନ ଅଦାଲତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି।ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ପ୍ରଶାସନ ଲୋକାଭିମୁଖୀ ହୋଇଛି। ପୂର୍ବରୁ ଶିକ୍ଷକମାନେ ପେନସନ ପାଇବା ପାଇଁ ହଇରାଣ ହରକତ ହେଉଥିଲେ । ଆମ ଜିଲ୍ଲାରେ ଏହି ପେନ୍ସନ୍ ଅଦାଲତ ଆୟୋଜନ ହେଉଥିବାରୁ ସାଧାରଣ ପ୍ରଶାସନ ପେନସନ ଅଭିଯୋଗ ବିଭାଗ ଓ  କଂଟ୍ରୋଲର ଅଫ୍ ଆକାଉଂଟସ୍ ବିଭାଗକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅଦାଲତରେ ସାଧାରଣ ପ୍ରଶାସନ ପେନ୍ସନ୍ ଅଭିଯୋଗ ବିଭାଗର ନିର୍ଦ୍ଦେଶକ  ସୁଧାଂଶୁ ଶେଖର ଭୁୟାଁ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଅମିମାସିଂତ ପେନସନ ଓ ପେନସନ ସମ୍ବନ୍ଧୀୟ ସୁବିଧା ଫଏସଲା ତ୍ୱରାନ୍ୱିତ କରିବା ପାଇଁ ଏହି ପେନସନ ଅଦାଲତ ସହାୟକ ହୋଇପାରିବ।ଏହି ପେନସନ ଅଦାଲତ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ କଂଟ୍ରୋଲର ଅଫ୍ ଆକାଉଂଟସ୍ ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇ ପେନସନ ମଂଜୁର ଅଧିକାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଚେତନ କରିବା ସହିତ ଜିଲ୍ଲାକୁ ଅମିମାଂସିତ ମୁକ୍ତ ପେନସନ ଜିଲ୍ଲାରେ ପରିଣତ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ।ଏହି ପେନସନ ଅଦାଲତରେ ଅତିରିକ୍ତ ଜିଲ୍ଲାପାଳ  ସଚିଦାନନ୍ଦ ସାହୁ ଯୋଗଦେଇ ଆଜିର ଅଦାଲତରେ ବାଲିକୁଦା,ବିରିଡି,ଜଗତସିଂହପୁର ଓ ରଘୁନାଥପୁର ବ୍ଲକ ପାଇଁ ଅନୁଷ୍ଠିତ ହେଉଥିବାବେଳେ ଜୁଲାଇ ୧୮ ତାରିଖରେ କୁଜଙ୍ଗ,ଏରସମା,ତିର୍ତୋଲ ଓ ନାଉଗାଁ ବ୍ଲକ ପାଇଁ ଅନୁଷ୍ଠିତ ହେବ । ଏହା ସରକାରଙ୍କ ଜନମଙ୍ଗଳ ଓ ସଚେତନତା କାର୍ଯ୍ୟକ୍ରମ ବୋଲି ପ୍ରକାଶ କରିଥିଲେ। ଏହି ପେନସନ ଅଦାଲତରେ କଣ୍ଟ୍ରୋଲର ଆକାଉଂଟସ୍ ବିଭାଗର ଯୁଗ୍ମ କଂଟ୍ରୋଲର  ଦିଭାରାଣୀ ଡୋରା ଯୋଗଦେଇ ଏହି ପେନସନ ଅଦାଲତ ଦ୍ୱାରା ପେନସନ ମଂଜୁର ଅଧିକାରୀଙ୍କ ପାଖରେ ଅମିମାଂସିତ ରହିଥିବା ପେନସନ ଓ ଗ୍ରାଚୁଇଟି କେସ୍ ଫଏସଲା କରାଯିବ । କଂଟ୍ରୋଲର ଆକାଉଂଟ୍ସ ଓ ସାଧାରଣ ପ୍ରଶାସନ ଓ ପେନ୍ସନ୍ ଅଭିଯୋଗ ବିଭାଗ ଅଧିକାରୀମାନେ ଅଧିକରୁ ଅଧିକ ପେନ୍ ସନ୍ କେଶ ଫଏସଲା ପାଇଁ ଗୁରୁତ୍ୱ ଦେବେ । ପେନସନ ମଂଜୁର  ଅଧିକାରୀମାନେ ସେମାନଙ୍କ ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନସନ ମଂଜୁର ପାଇଁ ଅଧିକ ସକ୍ରିୟ,ଆନ୍ତରିକତା ଓ ଦୃଢତାର ସହିତ କାର୍ଯ୍ୟ କରିବା  ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଆଜିର ଅଦାଲତରେ ମୋଟ ୧୦୨ ଟି ପେନ୍ସନ୍ କେସ୍ ଯଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ୩୯ଟି,ଜଗତସିଂହପୁର ବ୍ଲକର ୧୭ଟି,ବିରିଡି ବ୍ଲକର ୨୨ଟି,ରଘୁନାଥପୁର ବ୍ଲକର ୧୬ଟି ଓ ବାଲିକୁଦା ବ୍ଲକର ୮ଟି କେସ୍ ବିଚାର କରାଯାଇଥିଲା । ସେଥି ମଧ୍ୟରୁ ୭୫ ଟି କେସ୍ ସଂଗେ ସଂଗେ ଫଏସଲା ହୋଇଥିଲା ।  ଏହି ପେନସନ ଅଦାଲତରେ ଜିଲ୍ଲା ଶିକ୍ଷା ଅଧିକାରୀ  ପ୍ରତିଭା ମଂଜରୀ ଦାସ, ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗର ସେକ୍ସନ୍ ଅଫିସର  ପ୍ରଭାକର ଦାସ ଓ ଏ.ଏସ୍.ଓ ସନ୍ତୋଷ କୁମାର ମଲ୍ଲିକ, ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଜାନ ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ  କାମିନୀ ରଂଜନ ପଟ୍ଟନାୟକ, ଡେପୁଟୀ କଲେକ୍ଟର ସଂସ୍ଥା ଅରୁନ୍ଧତୀ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ  ସୁଭାଷ ଚନ୍ଦ୍ର ରାଉତଙ୍କ ସମେତ ଶିକ୍ଷା ବିଭାଗର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.