ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ,ସି ଡି ଏମ ଓ ଡ଼ ଅଜୟ କୁମାର ବୈଠାରୁ, ପରିବାର କଲ୍ୟାଣ ର ଅତିରିକ୍ତ ଜିଲ୍ଳା ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ ବସନ୍ତ କୁମାର ବାରିକ ,ଡି ଟି ଏମ ଚକ୍ରଧର ଜେନା,ପ୍ରମୁଖ ଯୋଗ ଦେଇ ଜନ ସଂଖ୍ୟା କୁ କିଭଳି ଭାବରେ କମାଯାଇ ପାରିବ ଏବଂ ଏହାଦ୍ୱାରା କିପ୍ରକାରର ସୁବିଧା ମିଳିପାରିବ ତା ଉପରେ ବିଶେଷ ଆଲୋଚନା କରିଥିଲେ ।ଏହା ବ୍ୟତୀତ ମହିଳା ଓ ପୁରୁଷ ବନ୍ଧ୍ୟାକରଣ ପାଇଁ ୫୮୫ ଟାର୍ଗେଟ ଦିଆଯାଇଥିବା ବେଳେ କପରଟି ପାଇଁ ୧୧୧୦ ଏବଂ ୩ ମାସିଆ ଗର୍ଵନିରୋଧକ ଇଂଜେକସନ ୪୭୫ ଟାର୍ଗେଟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ |