ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯: ଓଡ଼ିଶା ପରିପ୍ରେକ୍ଷୀରେ ସର୍ବୋତ୍ତମ ଓ ସୁଚିନ୍ତିତ ପ୍ରସ୍ତାବ ଦିଆଯିବ- ମନ୍ତ୍ରୀ ଡ. ସାହୁ

0

ଭୁବନେଶ୍ୱର, (ଶାସକ ପ୍ରଶାସକ)- କେନ୍ଦ୍ର ସରକାର “ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରଣୟନ’ କରୁଥିବା  ଦୃଷ୍ଟିରୁ ଓଡ଼ିଶା ପରିପ୍ରେକ୍ଷୀରେ  ଏହା  ସର୍ବୋତ୍ତମ ହେବ ସେପରି ପ୍ରସ୍ତାବ ଦିଆଯିବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି | ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯କୁ ତର୍ଜମା କରି ଓଡ଼ିଶାର ସାମାଜିକ, ଭୌଗୋଳିକ ଓ ମାନବସଞ୍ଚଳ ସ୍ଥିତିକୁବିଚାର କରି କେନ୍ଦ୍ର ସରକାରଙ୍କୁ ସୁଚିନ୍ତିତ ମତାମତ ଓ ପରାମର୍ଶ ଦେବା ପରିପ୍ରକ୍ଷୀରେ ଆଜି ରାଜ୍ୟସ୍ତରୀୟ ପରାମର୍ଶଦାତା ବୈଠକରେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ପୂର୍ବଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା “ଶିକ୍ଷା ହବ୍’ ଭାବରେ ପରିଚିତା ଏଠାରେ ସଂସ୍କୃତ, ସଂସ୍କୃତି, ଓଡ଼ିଆ, କୃଷି, ଯାନ୍ତ୍ରିକବିଦ୍ୟା, ମୌଳିକବିଜ୍ଞାନ, ଭେଷଜ ଶାସ୍ତ୍ର, ଆଇନ୍, ମ୍ୟାନେଜମେଣ୍ଟ , ପ୍ରଯୁକ୍ତି ବିଦ୍ୟା ପାଠ୍ୟକ୍ରମ, କେନ୍ଦ୍ରୀୟ, ମହିଳା, ଏକକ ମାନ୍ୟତା ପ୍ରାପ୍ତ ଆଦି ଉଚ୍ଚଶିକ୍ଷାରବହୁ ଅନୁଷ୍ଠାନ ରହିଛିା ଏହା  ସହିତ  ସହିତ ଗ୍ରାମ୍ୟ ଓ ଜନଜାତି ବିଶ୍ୱବିଦ୍ୟାଳୟ ବିଷୟରେ ମଧ୍ୟ ଦାବି ହେଉଛିା ଚିଠା ଜାତୀୟ ଶିକ୍ଷାନୀତି ୨୦୧୯ ଉ ପରେ ଓଡ଼ିଶାର ମତାମତର ଯଥେଷ୍ଟ  ଗୁରୁତ୍ୱ ରହିଛିା ତେଣୁ ଚିଠା ପ୍ରସ୍ତାବର ସଂଶୋଧନ, ପରିବର୍ତ୍ତନ ଓ ସଂ ପ୍ରସାରଣରେ ଓଡ଼ିଶାର ଅବଦାନ ଓ ପ୍ରତିନିଧିତ୍ୱ ରହିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ କେନ୍ଦ୍ର ସରକାରଙ୍କ ଚିଠା ଜାତୀୟ ଶିକ୍ଷାନୀତି ୨୦୧୯ ସଂ ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ
 ବୈଠକରେ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳ ପତି, ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା,ବିଭିନ୍ନ ଅଞ୍ଚଳର ଶିକ୍ଷାବିତ୍,ବିଦ୍ୱାନ, ଶିକ୍ଷା ପ୍ରଶାସକ ଆଦି ଯୋଗ ଦେଇ ଚିଠା ପ୍ରସ୍ତାବରବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହିତ ସୁଚିନ୍ତିତ ମତାମତ ଦେଇଥିଲେ |
ସୂଚନାହୋଗ୍ୟ ଯେ  ଉତ୍ତମ ଶିକ୍ଷା ନୀତି ପ୍ରସଙ୍ଗରେ ଗତ କିଛିବର୍ଷ ଧରି ମାନ, ସମତା, ପହଞ୍ଚ, ବୈଜ୍ଞାନିକ ମିଜାଜ୍,ବହୁବାଦୀ ଭାବନା ଏବଂ ସମସ୍ତଙ୍କୁ ସାମିଲ କରିବା ଆଭିମୁଖ୍ୟ ଆଦି ଉ ପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଓଡ଼ିଶା ପକ୍ଷରୁ ଦିଆଯିବାକୁ ଥିବା  ପ୍ରସ୍ତାବ ମଧ୍ୟରେ ଏଗୁଡ଼ିକ ଅନ୍ତର୍ଭୁକ୍ତ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ  ଶିକ୍ଷା ପ୍ରଣାଳୀ ଏ ପରି ହେବା ଦରକାର ଯେଉଁଥିରେ  ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ଯୋଗାଇଦେବା  ସାଙ୍ଗକୁ ଏକ ସଂଗତ ଓ ସମତାସଂପନ୍ନ ସମାଜ ନିର୍ମାଣ କରିବ ଯାହା  ଜରିଆରେ ଭାରତବର୍ଷର ନିରନ୍ତର ରୂ ପାନ୍ତର ଘଟି ପାରୁଥିବ |

     ବୈଠକ ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ବୈଠକର ଆଭିମୁଖ୍ୟ ସଂପର୍କରେ ଅବତାରଣା କରିଥିବାବେଳେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଚିଠା ପ୍ରସ୍ତାବ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ | ବୈଠକରେ ଉପସ୍ଥା ପନା କରାଯାଇଥିବା ବିଭିନ୍ନ ପ୍ରସ୍ତାବ ଓ ମତାମତକୁ ତର୍ଜମା କରାଯାଇ  କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଦିଆଯିବ ବୋଲି ଉଚ୍ଚଶିକ୍ଷାବିଭାଗର ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସାହୁ କହିଥିଲେ |

Leave A Reply

Your email address will not be published.