ସାକ୍ଷ ପ୍ରଦାନକାରୀଙ୍କୁ ଦିଆଯିବ ଆବଶ୍ୟକ ନିରାପତ୍ତା ଓ ସୁରକ୍ଷା

0

>ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯ ଲାଗୁ କରିଛନ୍ତି। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା ରହିଛି । ୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ସାକ୍ଷୀ ସୁରକ୍ଷା ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଚଳିତ ମାସ ୬ ତାରିଖରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। କୌଣସି ମାମଲାର ତଦନ୍ତଠାରୁ ଆରମ୍ଭ କରି ନ୍ୟାୟାଳୟରେ ସାକ୍ଷ୍ୟ ପ୍ରଦାନ ପର୍ଯ୍ୟନ୍ତ ସାକ୍ଷୀମାନଙ୍କୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ। ଏନେଇ ଜିଲ୍ଲା ପୁଲିସ୍‍ ମୁଖ୍ୟ କେଉଁ ପ୍ରକାରର ଭୟ ରହିଛି, ତାହା ସ୍ଥିର କରିବେ ଏବଂ ସେ କ୍ଷେତ୍ରରେ ତିନି ପ୍ରକାରର ସୁରକ୍ଷା ବ୍ୟବସ୍ଥା ଲାଗୁ କରିବେ।

Leave A Reply

Your email address will not be published.