ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‍ଘାଟନ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ଲୋକ ସଭା ସାଂସଦ ଚନ୍ଦ୍ର ଶେଖର ସାହୁ ଏକଦିନିଆ ପାରଳାଖେମୁଣ୍ଡି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦ୍‍ଘାଟନ କରିଥିଲେ । ସାଂସଦ ଶ୍ରୀ ସାହୁ ପ୍ରଥମେ ସ୍ଥାନୀୟ ରାମନଗର ସ୍ଥିତ ଷ୍ଟିଲପ୍ଲାଣ୍ଟ ନିକଟସ୍ତରେ ସମୁଦାୟ ଦେଢକୋଟି ଟଙ୍କାର ନିର୍ମିତ ହେବାକୁ ଥିବା ବାର୍ଜ୍ୟବସ୍ତୁ କମ୍ପୋଷ୍ଟ ପ୍ରକ୍ରିୟା କରଣ କାରଖାନା ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ଦେଇଥିଲେ । ଯେଉଁ ଠାରେକି ଦୈନିକ ୫ମେଟ୍ରିକଟନ ବାର୍ଜ୍ୟବସ୍ତୁ କମ୍ପୋଷ୍ଟର ପ୍ରକ୍ରିୟାକରଣ ହୋଇପାରିବ ।

    ସେହିଭଳି ସାଂସଦ ଶ୍ରୀ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦେଢକୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ନୂତନ କୋଠା ର ଉଦ୍‍ଘାଟନ କରିଥିଲେ । ସେହିଭଳି ସାଂସଦ ଶ୍ରୀ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଜେଲ ସାମନା ରାସ୍ତାରେ ଅପରପାର୍ଶ୍ୱରେ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପାରଳାଖେମୁଣ୍ଡି ପୌର ପରିଷଦର ନୂତନ ନଗର ଭବନର କୋଠା ପାଇଁ ଶିଳା ନ୍ୟାସ କରିଥିଲେ ।
    ଶେଷରେ ସାଂସଦ ଶ୍ରୀ ସାହୁ ଡିଆରଡିଏ କାର୍ଯ୍ୟାଳୟର ସାମନାରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜିଲ୍ଲା ପଞ୍ଚାୟତ ସମ୍ୱଳ କେନ୍ଦ୍ରର ଉଦ୍‍ଘାଟନ ଓ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ । ଏହି ସମ୍ୱଳ କେନ୍ଦ୍ରରେ ମୋଟାମୋଟି ଭାବେ ପ୍ରଶିକ୍ଷଣ ଗୃହ ସମେତ ପିଆରଆଇ ସଭ୍ୟସଭ୍ୟାଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବ୍ୟବହାର ହୋଇପାରିବ, ଡିଆରଡିଏ ଦ୍ୱାରା ଏଠାରେ ଜିଲ୍ଲା ଓ ଗ୍ରାମପଞ୍ଚାୟତ ସ୍ତରର ପେଶା ସଂଯୋଜକ ନିଯୁକ୍ତି ହେବେ । ୫୦ ଜଣ ବସିବା ଭଳି ସମ୍ମିଳନୀ କକ୍ଷରେ, ୬୦ ଜଣ ବସିବା ଭଳି ପ୍ରଶିକ୍ଷଣ କେନ୍ଦ୍ର, କାର୍ଯ୍ୟାଳୟ, ଡାଇନିଂ ଓ କିଚେନ ରୁମ, ଅତିଥି ରୁମ ଏବଂ ଭିଡିଓ କନ୍‍ଫେରେନସ କକ୍ଷ ବ୍ୟବସ୍ଥା ପ୍ରଭୃତିର ସୁବିଧା ରହିଛି । ଏ ସମସ୍ତ କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାସରଥି ଗମାଙ୍ଗ,ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ସିଡିଏମଓ ଗୁନୁରାଣୀ ପଟ୍ଟନାୟକ, ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ,ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ବିପିଏମ ସୌମ୍ୟା ଗୌଡ, ଯୁବରାଣୀ କଲ୍ୟାଣୀ ଗଜପତି,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର.ରବିକୁମାର, ପି.ଡବ୍ଲୁ.ଡି ନିର୍ବାହୀ ଯନ୍ତ୍ରୀ ପାଢୀ ବାବୁ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.