ଘୁ. ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ ଯାହାକି ଆତି ପୁରୁଣା. କିନ୍ତୁ ଏହି ଏନ. ଏ.ସି ର ଅବସ୍ଥା ଅତ୍ୟନ୍ତ ଦୁର୍ଦ୍ଦିନରେ ଗତି କରୁଛି| ଯାହା ପାଇଁ ହନ୍ତସନ୍ତ ହେଉ ଛନ୍ତି ସାଧାରଣ ଜନତା | ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହୁଥିଲେ ମଧ୍ୟ ପ୍ରଶାସନର ତତ୍ପରତା ଦେଖା ଦେଉ ନାହିଁ | କେବଳ ଗୋଟେ ସମସ୍ୟା ନୁହେଁ ସମସ୍ୟାରେ ଭରପୁର ହେଇଛି | ଘୁ ଉଦୟଗିରି. ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ବିଭାଗୀୟ କର୍ମଚାରୀଙ୍କ ଅସାଧୁ ମଧୁ ଚନ୍ଦ୍ରିକା ଏବେ ସାଧାରଣ ଜନତାଙ୍କ ପାଇଁ ହେଉଛି କାଳ| କାହା ପାଇଁ କାଳ ତ ଆଉ କାହାର ଖେଳ | କିଛି କର୍ମଚାରୀଙ୍କ ସରକାରୀ ଏହି ଆଳରେ ସରକାରୀ ଅନୁଦାନ ଅର୍ଥ ଲୂଟ କରିବାରେ ବ୍ୟସ୍ତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି | ଏହି ବିଜ୍ଞାପିତ ପରିଷଦ ହେଉ ବା ବ୍ଲକ ବା ଅନ୍ୟ କାର୍ଯ୍ୟାଳୟ ହେଉ ଯେଉଁ କର୍ମଚାରୀ ବଦଳି ହୋଇ ଆସୁଛନ୍ତି ଅନ୍ୟତ୍ର ବଦଳି ହେବାକୁ କୁଆଡେ ଇଚ୍ଛା ପ୍ରକାଶ କରୁନ ଥିବା ଶୁଣି ବାକୁ ମିଳୁଛି | ଏହାର କାରଣ କଣ ବୋଲି ଅଞ୍ଚଳ ବାସିଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି.| ଅତ୍ୟନ୍ତ ଚିନ୍ତା ଜଣକ ଘଟଣା ଯେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ବର୍ଷ ବର୍ଷ ଧରି ତିଆରି ହୋଇ ଥିବା ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ସରକାର ଅନୁଦାନରେ ମରାମତି ହେଉ ଥିବା ଦୁଇଟି ସୁଲଭ ଶୌଚାଳୟରେ ବର୍ଷ ବର୍ଷ ସାରା ତାଲା ଝୁଲୁଛି | ଘୁ ଉଦୟଗିରି ଏକ କେନ୍ଦ୍ର ସ୍ଥଳି ହୋଇ ଥିବାରୁ ପ୍ରତ୍ୟେକ ଦିନ ବହୁତ ଲୋକ ବଜାର କୁ ଆସନ୍ତି ଏବଂ ବହୁତ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରନ୍ତି | କିନ୍ତୁ ଏହି ଲୋକଙ୍କ ପାଇଁ ତିଆରି ହୋଇ ଥିବା ଶୌଚାଳୟ ପ୍ରଶାସନ ତରଫରୁ ତାଲା ପକା ଯାଇଥିବା ଦେଖା ଦେଇଛି | ଯାହାକୁ ନେଇ ଅଞ୍ଚଳରେ ଅଶାନ୍ତି ଦେଖା ଦେଇଛି | ପ୍ରଶାସନର ଏହି ମନମୁଖୀ କାମ ପାଇଁ ବହୁତ ଲୋକ ହଇରାଣ ହେଉ ଥିବା ଅଞ୍ଚଳ ବାସି କହି ଛନ୍ତି.| ଯଦି ଲୋକଙ୍କ କାମରେ ଲାଗିବନି ତେବେ ତିଆରି ହୋଇଛି କାହିଁକି ! କେବଳ ସେତିକି ନୁହେଁ ଅଞ୍ଚଳ ବାସିଙ୍କ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଜୁ ଭାସ୍କର ପାଠାଗାର ନିର୍ମାଣ କଲେ | ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ମଧ୍ୟ ହେଲା | କିନ୍ତୁ ବର୍ତମାନ ସୁଦ୍ଧା ସେଠାରେ ଝୁଲୁଛି ତାଲା | ହେଲେ ଶୌଚାଳୟ ଏବଂ ପାଠାଗାର ଲକ୍ଷ ଲକ୍ଷ ସରକାରୀ ଅନୁଦାନରେ ଲୋକଙ୍କ ଟଙ୍କାରୁ ତିଆରି ହେଲା କାହା ସ୍ୱାର୍ଥରେ? ଏହା ର ଯୋଜନା କିଏ ଏବଂ କାହିଁକି କଲା? ଯଦି ଜନସାଧାରଣଙ୍କ ତିଆରି ହେଲା ହେଲେ ତାଲା ଝୁଲୁଛି କାହିଁ କି? କିଛି କାର୍ଯ୍ୟରତ କର୍ମଚାରୀ ନିଜ ପକେଟ ଗରମ ପାଇଁ ଏହି ଯୋଜନା କରି ନ ଥିଲେ ତୋ? ଜନସାଧାରଣଙ୍କୁ କିଛି କାର୍ଯ୍ୟରତ କର୍ମଚାରୀ ଭୁଆଁ ବୁଲାଇ ପକେଟ ଗରମ କରିବା ପାଇଁ ଅନ୍ୟତ୍ର ବଦଳି ନ ହେବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ତ ବୋଲି ଅଞ୍ଚଳ ବାସିଙ୍କ ମନ ପ୍ରଶ୍ନ ଉଙ୍କି ମାରୁ ଥିବା କହି ଛନ୍ତି | ସେହି ପରି ଆର. ଆଇ କାର୍ଯ୍ୟାଲୟ ସମୁଖରେ ଏନଏ ସି ପକ୍ଷରୁ ପାଣି ପାଇପ ପକାଇବା ପାଇଁ ଗାତ ଖୋଳା ଗଲା | କିନ୍ତୁ ଗାତକୁ ପୋତା ଗଲା ନାହିଁ , ସେହି ଗାତ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି.| ଏବେ ଘୁ ଉଦୟଗିରି ଅଞ୍ଚଳ କିଛି ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ଚରାଭୂଇଁ ପାଲଟିଛି | ଯାହା ପାଇଁ ଦୁର୍ନୀତିଖୋର ସରକାରୀ କର୍ମଚାରୀ ମାନେ ଅନ୍ୟତ୍ର ବଦଳି ପାଇଁ ଅନିଚ୍ଛା ପ୍ରକାଶ କରୁ ଥିବା ମଧ୍ୟ ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି | ଯଦି ପ୍ରଶାସନ ଜନସାଧାରଣଙ୍କ ମୌଳିକ ଅଧିକାର ପ୍ରତି ସଚେତନ ନ ହୁଅନ୍ତି ତାହା ହେଲା ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି |
ସେହିପରି କନ୍ଧମାଳ ଫ୍ରେସ ଲକ୍ଷ ଲକ୍ଷ ଟଙ୍କା ସରକାର ଅନୁଦାନରେ ତିଆରି ହେଲା | ହେଲେ ସେଠାରେ ମଧ୍ୟ ଝୁଲୁଛି ତାଲା | ଅଞ୍ଚଳବାସୀ ଆଶା କରୁ ଥିଲେ କନ୍ଧମାଳ ଫ୍ରେଶ ଦ୍ୱାର ଗରିବ ଚାଷୀଙ୍କ ଦୁଃଖ ଦୂର ହେବ | କିନ୍ତୁ ତାହା ଆଶାରେ ହିଁ ରହି ଯାଇଛି |
Sign in
Sign in
Recover your password.
A password will be e-mailed to you.