ଜଗତସିଂହପୁର : ଏସ୍ ଭି ଏମ୍ କଲେଜ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ପ୍ରତିନିଧି ହେଲେ ସମିତ୍

0

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାର ସମ୍ମାନଜନକ ମହାବିଦ୍ୟାଳୟ ଭାବେ ଜଣାଶୁଣା ଜଗତସିଂହପୁର ସ୍ୱୟଂ ଶାସିତ ଏସ୍ ଭି ଏମ୍ ମହାବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷଙ୍କ ପ୍ରତିନିଧି ଭାବେ ଇଂ ସମିତ୍ କୁମାର ଲେଙ୍କା ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି।କଲେଜ ପରିଚାଳନା କମିଟିର ସଭାପତି ତଥା  ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ତାଙ୍କର ପ୍ରତିନିଧି ଭାବେ ଗୋପାଳସାଗର ଅଞ୍ଚଳର ଇଂ ସମିତ୍ ଲେଙ୍କାଙ୍କୁ ନିଯୁକ୍ତ କରାଯିବା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଏକ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।ସମିତ୍ ଜଣେ ସୁସଂଗଠକ ଓ ଛାତ୍ରନେତା ଭାବେ ଜଣାଶୁଣା।ଏନେଇ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବା କୁହାଯାଉଛି।ଅତୀତରେ ଜିଲ୍ଲାର ଦୁଇଜଣ ବିଧାୟକ ଏହି କଲେଜରୁ ଛାତ୍ର ସଂସଦ ସଭାପତି ହୋଇ ସେମାନଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.