ଗଣିତ ପ୍ରଶିକ୍ଷଣ ଶିବିର ଉଦଯାପିତ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାର କାର୍ଯ୍ୟରତ ଗଣିତ ଶିକ୍ଷକ  ମାନଙ୍କ  ଗଣିତ ବିଷୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ  ଯୋଗ ଦେଇ ଗଣିତ ବିଷୟକୁ  ଛାତ୍ର ,ଛାତ୍ରୀ କିଭଳି ସହଜରେ ବୁଝିପାରିବେ ଏବଂ ଜିଲ୍ଲାରେ ଗଣିତ ଶିକ୍ଷାରେ ଉନ୍ନତି କଭଳି ଘଟିବ ତାହା ବୁଝାଇଥିଲେ । ବରିଷ୍ଠ ଗଣିତ ଶିକ୍ଷକ ହରିହର ଦାସ ଏବଂ ସୁଦର୍ଶନ ରାଓ ପ୍ରଶିକ୍ଷକ ଭାବେ ଯୋଗଦେଇ ୭ ଦିନ ଧରି୬୪ଜଣ ଗଣିତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

Leave A Reply

Your email address will not be published.