୧୫ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ଲକ୍ଷ୍ୟ ପୁରଣ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର:ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଅଧ୍ୟକ୍ଷତା କରିବା ସହିତ ନିର୍ବାଚନ ଇସ୍ତାହାର ଦିଆ ଯାଇଥିବା  ପ୍ରତିଶ୍ରୁତି ଓ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ଉପରେ ବିଭାଗୀୟବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ରାଜ୍ୟର ବେକାରଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ  । ଆଗାମୀ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟର ୧୫ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷାବିଭାଗ ପକ୍ଷରୁ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି  ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ତାଲିମ କାର୍ଯ୍ୟକ୍ରମକୁ କିଭଳି ସଫଳ ରୂପାୟନ କରାଯାଇ  ପାରିବ ସେ ନେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ଏବଂ ଏହାର ଅଗ୍ରଗତି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା |  ପ୍ରତ୍ୟେକ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓ୍ୱାଇ-ଫାଇ ସଂଯୋଗୀକରଣ  ନିମନ୍ତେ ନିଆଯାଇଥିବା  ପଦକ୍ଷେପ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ଜିବି ଡ଼ାଟା ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ  ।ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ପ୍ରମୁଖ ସେବାଗୁଡ଼ିକୁ ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସ୍ ଆକଫ୍ରେ ଅନ୍ତର୍ଭୁକ୍ତ କରିବା  ପାଇଁ ଆଲୋଚନା କରା ଯାଇଥିଲା ।
ଏହି ସମୀକ୍ଷା ବୈଠକରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାବିଭାଗ କମିଶନର ତଥାଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ନିୟୋଜନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ତଥା ଓ.ଏସ୍.ଡ଼ି.ଏ ର ସି.ଇ.ଓ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ ସଚିବ ଶ୍ରୀ ସୁଦର୍ଶନ ପଣ୍ଡା, ଯୁଗ୍ମ ସଚିବ ଶ୍ରୀ ଅଜୟ ନାୟକ, ଉ ପସଚିବ ଶ୍ରୀ ସଂଗ୍ରାମରାୟ ସର୍ଦ୍ଦାର ଏବଂବ୍ୟକ୍ତିଗତ ସଚିବ ଶ୍ରୀ ଗୌରହରି ବେହେରା ଉ ପସ୍ଥିତ ଥିଲେ  ।

Leave A Reply

Your email address will not be published.