କୁଆଡେ ଯାଇଛି ବିକାଶ : ଦଦରା ଘରେ ଜୀବନ ବିତାଉଛନ୍ତି ଅସହାୟ ବିଧବା ପୁତନା ଓ ମାନସିକ ରୋଗାକ୍ରାନ୍ତ ପୁଅ

0

ସିନାପାଲି/ ନିରାକାର ମେହେର

ନୁଆପଡା ଜିଲ୍ଳା ସିନାପାଲି ବ୍ଳକ ର କେନ୍ଦୁମୁଣ୍ଡା ଗ୍ରାମର ପୁତନା ଜଗତ ,ବୟସ ପାଖା ପାଖୀ 60 ଟପିଲାଣି , ଆଉ ଜମିବାଡି ବଲି କିଛି ନାହି ତାଙ୍କପାଖରେ  ଭଙ୍ଗା ଦଦରା ଘରେ ବିଧବା ପୁତନା ଜଗତ,  ସେବା କରି ଚାଲିଛନ୍ତି  ନିଜ ଭେଣ୍ଡିଆ ପୁଅର ମାଁ, କାରଣ ପୁଅ ଜନ୍ମ ରୁ ମାନସିକ ରୋଗରେ ରୋଗଗ୍ରସ୍ତ, ଗାଧୋଇବା ଠୁ ଆରମ୍ବ କରି ଖୁଆଇବା ପର୍ଯ୍ୟନ୍ତ ପୁଅର ସବୁକାମ କରୁଛନ୍ତି ଏହି ବିଧଵା ମାଁ । ବାର୍ଦ୍ଧକ୍ୟ ସମୟରେ ସାହାରା ଆଶାରେ ଜନ୍ମ ଦେଇଥିବା ପୁଅ ସେବା ଶୁଶ୍ରୁଷା କରିବା ଦୁରର କଥା,  ଏବେ ସେ ପାଲଟିଛି ତାଙ୍କ ପାଇଁ  ବୋଝ , ଆଉ ଜୀବନ ସାରା ପୁଅର ସେବା କରିକରି ବିଧବା ପୁତନା ଜଗତ ଏବେ ଅସୁସ୍ଥ । ପାଖରେ ଜାହାବି ଥିଲା ସେ ବିକି ଭାଙ୍ଗି ଖର୍ଚ୍ଚ କରି ସାରିଛନ୍ତି ।  ଏବେ ସମ୍ପୂର୍ଣ ଅସହାୟ ହୋଇ ପଡିଛନ୍ତି ବିଧବା ମାଁ ।
କେନ୍ଦୁମୁଣ୍ଡା ଗ୍ରାମ ର ସ୍ୱର୍ଗତ ବଂଶୀଧର ଜଗତ ଏବଂ ପୁତୁନା ଜଗତ ଙ୍କ ଛୋଟ ପୁଅ କୁଶଦେବ ଜଗତ ଙ୍କ ପିଲାବେଲରୁ ଦେଖାଦେଇଥିଲା  ମାନସିକତା ରୋଗ । ସେ ସମୟରେ ବାପା ପୁଅର ଭଲହେବା ପାଇଁ  ବହୁ ଅର୍ଥ ଖର୍ଚ୍ଚମଧ୍ୟ କରିଥିଲେ l ଶେଷରେ ଭଲ କରାଇବାରେ ବିଫଲ ହେଇଥିଲେ । ତା ପରେ ବଂଶୀଧର ପୁଅର ଚିନ୍ତାରେ ପାରାଲିସିସ (ଅଙ୍ଗଘାତ) ର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ । ବିଧବା ମାଁ ପୁତନା ଜଗତ ନିଜ ପୁଅର ଚିକିସ୍ୟା ପାଇଁ ସରକାରୀ କଲ କୁ ଦଉଡି ଦଉଡି ନିରାସ ହୋଇ ଗଲେଣି । ହେଲେ ମିଲିପାରୁନି ପାଗଲାମି ପୁଅ କୁ ଭତ୍ତା ଖଣ୍ଡିଏ ନା ମାଁ କୁ ମିଲୁନି ବିଧବା ଭତ୍ତା । ଘର ତାଙ୍କର ଭାଙ୍ଗି ରୁଜି ଗଲାଣି ପାଖରେ ସମ୍ବଲ ନଥିବାରୁ ପୁଅ ର ଚିକିତ୍ସା କରାଇ ପାରୁ ନାହାନ୍ତି ବିଧବା ମାଁ। ଘରେ ଅର୍ଥ ଅଭାବ ଥିବାରୁ ଗାଁ ଲୋକ ମାନେ ସାଜିଛନ୍ତି ସାହାଭରସା ! ତେବେ ଏ ସମ୍ପର୍କ ରେ ସ୍ଥାନିୟ ବିଡିଓ ଙ୍କୁ ଦୃଷ୍ଟି ଆକର୍ଷଣ କରିବା ରୁ ସେ କହିଛନ୍ତି ଖୁବ ସିଘ୍ର ଆମେ ତଦନ୍ତ କରି ସରକାର ଙ୍କ ଯୋଉ ପ୍ରକାର ସହାୟତା ଅଛି ଯୋଗେଇ ଦେବୁ ବୋଲି ପ୍ରତିସୃତି ଦେଇଛନ୍ତି ।
ସରକାର ଙ୍କ ମାଳମାଳ ଯୋଜନା ସତ୍ତ୍ୱେ  ଯେମିତି ପ୍ରକୃତ ହିତାଧିକାରିଙ୍କ ପାଖରେ ପହଞ୍ଚୀ ବାରେ ବିଫଲ ହେଇ ପଡିଛି, ତାହାର ଉଦାହରଣ ହେଉଛନ୍ତି ବିଧବା ପୁତନା ଜଗତଙ୍କ ପରିବାର । ତେବେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କାହା ପାଇଁ ବୋଲି ସାଧାରଣ ରେ ପ୍ରସ୍ନ ବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.