ବରଗଡ଼ : ପରମ୍ପରା ରହିଛି, ପ୍ରଥମବର୍ଷରେ ନିରାଶାଜନକ ବଜେଟ ଓ ପଞ୍ଚମବର୍ଷରେ ବିଭିନ୍ନ ଯୋଜନାରେ ଭରପୂର ନିର୍ବାଚନୀ ବଜେଟ । ଅର୍ଥମନ୍ତ୍ରୀ ସୀତାରମଣ ସେଇ ପରମ୍ପରାକୁ ଆଉପାଦେ ଆଗକୁ ବଢାଇ, ଯାହାଙ୍କ ଭୋଟରେ ବିପୁଳ ବିଜୟ ହାସଲକରି ଦ୍ୱିତୀୟଥର ପାଇଁ ଶାସନକୁ ଆସିଛନ୍ତି, ସେଇ ମଧ୍ୟବିତ୍ତଶ୍ରେଣୀଙ୍କୁ ନିରାଶ କରିଛନ୍ତି ବୋଲି ସାଧାରଣ ବଜେଟ ଉପରେ ମନ୍ତବ୍ୟ ରଖି କହିଛନ୍ତି ବରଗଡ଼ ବଣିକ ସଂଘର ସମ୍ପାଦକ ତଥା ରେଳ ଉପଭୋକ୍ତା ସଂଘର ସଭାପତି ଶ୍ରୀ ପ୍ରଦୀପ ଦେବତା ।
ଶ୍ରୀ ଦେବତା କହିଛନ୍ତି ଷ୍ଟାଣ୍ଡାର୍ଡ ଡିଡକ୍ସନ ବଡିବ ବୋଲି ସମସ୍ତେ ଆଶା କରିଥିଲେ, ତାହା ହେଲା ନାହିଁ । ପେଟ୍ରୋଲ, ଡିଜେଲ, ସୁନା ଦର ବୃଦ୍ଧି କରାହେଲା । ବୀମାଶିଳ୍ପରେ ୧୦୦% ବିଦେଶୀ ନିବେଶ, ରେଲବାଇରେ ପିପିପି ମୋଡ, ଏଆର ଇଣ୍ଡିଆର ଅଂଶଧନ ବିକ୍ରୀ ଇତ୍ୟାଦି ନିଷ୍ପତ୍ତି ନୈରାଶ୍ୟଜନକ । ବଜେଟର ସକାରାତ୍ମକ ଦିଗ ହେଲା, କ୍ଷୁଦ୍ରବ୍ୟବସାୟୀ ମାନଙ୍କ ପାଇଁ ପେନସନ ଯୋଜନା, ନେସନାଲ ଗ୍ରୀଡ ସ୍ଥାପନା, ଇଲେକ୍ଟ୍ରିକ କାରରେ କର କମାଇବା ତଥା ଏହା ଉପରେ ଲାଗୁଥିବା ବେଙ୍କସୁଧ ଉପରେ ଦେଢଲକ୍ଷ ପର୍ଯ୍ୟନ୍ତ ଟିକସରିହାତି । କୃଷି ଓ ରେଳବଜେଟ ଉପରେ ସଂପୂର୍ଣ୍ଣ ବିବରଣୀ ଘୋଷିତ ହୋଇନଥିବାରୁ ଏହା ଉପରେ ମନ୍ତବ୍ୟଦେବା ଉଚିତ ହେବନାହିଁ । ତେବେ ରେଳବଜେଟରେ ଛୋଟସହରମାନଙ୍କ ମଧ୍ୟରେ ରେଳସମ୍ପର୍କ କରାଯିବା କଥା କୁହାଯାଇଛି । ଏଥିରେ ବରଗଡ-ନୂଆପଡା ଭାୟା ପଦ୍ମପୁରକୁ ସାମିଲ କରାଯାଇଥିଲେ ଆମେ ଏହାକୁ ସ୍ୱାଗତ କରିବୁ ବୋଲି ଶ୍ରୀ ଦେବତା କହିଛନ୍ତି |
Sign in
Sign in
Recover your password.
A password will be e-mailed to you.