ମୀନ ଓ କସ୍ୟପ ଅବତାରରେ ଦର୍ଶନ ଦେଲେ ଠାକୁର

0

ଗାଇସିଲେଟ/କେଦାର ନାଥ ସାହୁ

ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ରଥ ଟଣା ହୋଇଥିଲା।ବ୍ଲକର କଟାବାହାଲ ପଞ୍ଚାୟତରେ ଆଜି ଘୋଷଯାତ୍ରା ଅନୁଷ୍ଠିତ ହୋଇଥିବାବେଲେ , ଗତକାଲି ତାଲପାଲି ଠାରେ ମାଉସୀ ମନ୍ଦିରକୁ ପହଞ୍ଚିଥିବା ଚତୁର୍ଦ୍ଦା ମୁରତୀଙ୍କ ଅବତାର ଆଜି ଆରମ୍ଭ ହୋଇଯାଇଛି। ଆଜି ଜଗତରନାଥ ସହ ଭ୍ରାତା ବଳରାମ କସ୍ୟପ ଏବଂ ମୀନ ଅବତାରରେ ଦର୍ଶକ ମାନଙ୍କୁ ଦର୍ଶନ ଦେଇଥିଲେ।ତାଲପାଲି ଗ୍ରାମର ଛକରେ ଥିବା ମାଉସୀ ମନ୍ଦିରରେ ମନ୍ଦିର କମିଟିର ସଭାପତି ସାରଙ୍ଗପାଣି ସାହୁ,ସଂପାଦକ ଛବିଲାଲ ସାହୁ ଏବଂ କୋଷାଧ୍ୟକ୍ଷ ସତ୍ୟ ସାହୁ ତଥା କମିଟିର ସଦସ୍ୟ ମାନଙ୍କ ସହଯୋଗରେ ଆଜିର ସଂଧ୍ୟାର ସାସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମର ରାଧେଶ୍ଯାମ କୀର୍ତ୍ତନ ଦଳ ଏବଂ ରାସେଶ୍ବରୀ ମହିଳା ସଂକୀର୍ତ୍ତନ ଦଳ ଦ୍ବାରା ଭଜନସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ସହ ଠାକୁରଙ୍କ ଅବତାର ଦର୍ଶନ କରିବା ପାଇଁ ତାଲପାଲି ଗ୍ରାମ ସମେତ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଭକ୍ତ ଆସି ରୁଣ୍ଡ ହୋଇଥିଲେ।ଆଜି ଠାକୁରଙ୍କଠାରେ ଗଜାମୁଗ,ଖିଚିଡି,କାକରା ପିଠା ଭୋଗଲାଗି ଭକ୍ତ ମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.