ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳିତ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତ ବର୍ଷରେ ଜୁଲାଇ ପହିଲାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ  ଦିବସ ଭାବେ ପାଳନ କରାଯାଇଥିବା ଅବସରରେ ବାରିପଦା ଲାୟନ୍ସ କ୍ଲବ ପରିସରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଦିବସ ଧୁମଧାମ ସହକାରେ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଚାଟାର୍ଡ ଆକାଉଣ୍ଟାଣ୍ଟ  ଅଭିଜିତ୍ କୁମାର ରାମ, ଅନନ୍ତ କୁମାର ବେହେରା, ଯୋଗେଶ କୁମାର କାରନାନୀ, ନୀତେଶ କୁମାର କାରନାନୀ, ନୟନ କିଶୋର ଦାସ, ଅଭୀଷାର ନାୟକ, ଶିଳ୍ପା ଅଗ୍ରୱାଲ, ଅଭିଷେକ୍ ମହାନ୍ତି, ରଞ୍ଜନ କୁମାର ମିଶ୍ର, ଦୀନେଶ ବଗାରିଆ, ବିକାଶ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ଚାଟାଡର଼୍ ଦିବସ ପାଳନର ଉଦେ୍ଧଶ୍ୟ ଓ ଲକ୍ଷ ଉପରେ ଆଲୋକପାତ କରାଇବା ସଂଗେସଂଗେ ଆଗକୁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସହ ଟ୍ୟାକ୍ସ ଓ ଜିଏସଟି ଉପରେ ଜନସାଧାରଣଙ୍କୁ ସଚେତନ କରାଇବେ ବୋଲସ୍ମତ ବକ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ  ଚାଟାର୍ଡ ଆକାଉଣ୍ଟାଣ୍ଟ  ଉମାକାନ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.