ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ୭୦ ତମ ବନ ମହୋତ୍ସବ ସପ୍ତାହ ପାଳନର ପ୍ରଥମ ଦିବସରେ ଓଡଗାଁ ବନାଂଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ଚାରାରୋପଣ ସହିତ କାର୍ଯ୍ୟାଳୟ ସାମ୍ନାରେ ଚାରା ବିକ୍ରୟ ମାଧ୍ୟମରେ ଜନସାଧାରଣଙ୍କ ସଚେତନତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଗୟଳସିଂହ ସଂରକ୍ଷିତ ଜଙ୍ଗଲ ଅନ୍ତର୍ରଗତ ଆଦିବାସୀ ଅଧ୍ୟୁଷିତ ଅଂଚଳର ବାଣ୍ଠପୁରୁ ହାଇସ୍କୁଲରେ ଶିକ୍ଷକ, କର୍ମଚାରୀ, ବନବିଭାଗ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ପ୍ରାୟ ୫୦ରୁ ଉର୍ଦ୍ଧଚାରା ରୋପଣ କରିଥିଲେ । ମୁଖ୍ୟ ବନସଂଗ୍ରକ୍ଷକଙ୍କ ଦ୍ୱାରା ପ୍ରେରିତ ତଥା ଅନୁମୋଦିତ ଅନୁସାରେ ପ୍ରତେକ ବନାଂଚଳ କାର୍ଯ୍ୟାଳୟ ସମୁଖରେ ପ୍ରତ୍ୟେକ ସହରାଂଚଳ ବାସୀଙ୍କୁ ୧ଟଙ୍କା ବିନିମୟରେ ସର୍ବାଧିକ ୫ଗୋଟି ଏବଂ ବନାଂଚଳ ବାସୀଙ୍କୁ ୧୦ଗୋଟି ଲେଖାଏଁ ଚାରା ବଂଟନର କାର୍ଯ୍ୟକ୍ରମ ଓଡଗାଁ ବନ ବିଭାଗ ତରଫରୁ ଆରମ୍ଭ ହୋଇଛି । ଏହି କ୍ରମରେ ସପ୍ତାହକ ମଧ୍ୟରେ ସହସ୍ରାଧିକ ଚାରା ରୋପଣ ଏବଂ ତାର ସୁରକ୍ଷା ପାଇଁ ଦାୟୀତ୍ୱ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରକାଶ ।