ପଦ୍ମପୁର/ ନିଳାମ୍ବର ଦୀପ : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲର ଜୁନିଅର ଏନସିସି ଅଫିସର ମୋହନ ବନଛୋରଙ୍କ ଘରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛନ୍ତି ।ବରଗଡ଼ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକଙ୍କ ନେତୄତ୍ବରେ ଏକ ଟିମ ଶ୍ରୀ ବନଛୋରଙ୍କ କଲେଜରୋଡ଼ ସ୍ଥିତ ନିଜ ବାସଭବନ,ବରିକେଲ ସ୍ଥିତ ପୌତୄକ ଘର ତଥା ରାଜବୋଡାସମ୍ବର ହାଇସ୍କୁଲ ଠାରେ ଏକକାଳୀନ ଭାବରେ ତିନୋଟି ଯାଗାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ବୋଲି ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି ।