ଓଡଗାଁ ବ୍ଲକ : ବନ୍ଦ ହେବ ମଇଁଷିଗୋଠପଲ୍ଲୀ ସ୍କୁଲ

0

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ୧୦ରୁ କମ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦିଆଯିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ନୂଆ ଶିକ୍ଷାନିତୀ ନୀତି ଅନୁଯାୟୀ ନିର୍ଦ୍ଦେଶନାମା ଜାରି ହେବା ପରେ ପ୍ରକ୍ରୀୟା ଆରମ୍ଭ ହୋଇଛି । ସେହି ଅନୁସାରେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକର ମଈଁଷିଗୋଠପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୩ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ଏହାକୁ ବନ୍ଦ କରାଯାଇଛି । ସେଠାରୁ ୨ କିଲୋମିଟର ଦୁର ଦରପଦା ପ୍ରକଳ୍ପ ଉଚ୍ଚପ୍ରାଥମୀକ ବିଦ୍ୟାଳୟରେ ଏହି ପିଲାମାନେ ପଢିବା ପାଇଁ ସ୍ଥିର ହୋଇଛି । ସେହିପରି ଗୋଚ୍ଛା ପ୍ରାଥମିକ ବିଦ୍ୟାଳୟରେ ୧୨ଜଣ  ଓ ଭୋବସର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୧୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ଏହି ୨ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ  ନିର୍ଦ୍ଦେଷ  ରହିଥିଲେ ସୁଧା ଏହାର ଭୈାଗଳିକ ଅବସ୍ଥିତି ପ୍ରତିବନ୍ଦକ ସାଜୁଥିବାରୁ ଏହି ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନେ ଅନ୍ୟକୈାଣସି ସ୍କୁଲକୁ ପଢିଜିବା ସମ୍ଭବ ହୋଇନପାରେ । । ଗ୍ରାମବାସୀଙ୍କ ଅନୁରୋଧକ୍ରମେ ବିଦ୍ୟାଳୟ ୨ଟିକୁ ବନ୍ଦ ନକରିବା ପାଇଁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତରଫରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.