ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩କୁ ନେଇ ଏକ ବ୍ଲକସ୍ତରୀୟ ସେଆରିଂ ବୈଠକ

0

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩କୁ ନେଇ ଏକ ବ୍ଲକ ସ୍ତରୀୟ ସେଆରିଂ ବୈଠକ ବୋଡେ଼ନ ବ୍ଲକ ବୈଠକ ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ତରଫରୁ ଅନୁଷ୍ଠିତ ସଭାରେ ବ୍ଲକ ସଂଯୋଜକ କୁନାଲ ଚରଣ ବେହେରା ସ୍ୱାଗତମ କରିଥିଲେ।ସ୍ପ୍ରେଡ ଜିଲ୍ଲା ସଂଯୋଜକ ଶମ୍ଭୁ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପୂର୍ବରୁ ବୋଡେ଼ନ ବ୍ଲକ ଦଶ ଟି ଗ୍ରା ପ  ଲରକା, କର୍ଲାକୋଟ,ଖଇରା,ରୋକାଲ, ଲିଟିସର୍ଗି, ବୋଇର ଗାଁ ,ଭଇସା ଦାନୀ, ନାଗ ପଡା, ବାବେବିର, କରଙ୍ଗା ମାଲ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନ୍ତର୍ଗତ ୪ଟି ଯୋଜନା ଯଥା ଆଇ ସି ଡି ଏସ,ମମତା, ମଧ୍ୟାହ୍ନ ଭୋଜନ ଓ ପି ଡି ଏସ ଉପରେ କରାଯାଇଥିବା ସାମାଜିକ ସମୀକ୍ଷା ଉପରେ ବ୍ଲକ ସଂଯୋଜିକା କସ୍ତୁରୀ ବାଳା ସାମଲ ଆଲୋଚନା କରିଥିଲେ।କିଛି ଅଙ୍ଗନ ବାଡ଼ି କେନ୍ଦ୍ର ରେ ଗୃହ ନ ଥିବା, ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ, ଘରକୁ ନେବା ଶୁଖିଲା ଖାଦ୍ୟ ରେ ଅନିୟମିତତା, ମମତା କିସ୍ତି ବଣ୍ଟନରେ ଉଦାସୀନତା, ପି ଡି ଏସ କାର୍ଡ ବଣ୍ଟନରୁ ଯୋଗ୍ୟ ହିତାଧିକାରୀ ବଂଚିତ ହେବା ଆଦି ପ୍ରସଙ୍ଗ ଉଠାଇ ସମାଧାନ ପାଇଁ ଅନୁରୋଧ କରିଥିଲେ। ବୋଡେ଼ନ ବି ଡି ଓ ମନୋଜ ମହାନ୍ତି ଏ ସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ମାଆ ଓ ଶିଶୁଙ୍କ ପୁଷ୍ଟି ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।ସି ଡି ପି ଓ ସାବିନା ଲାକ୍ରା ଆଇ ସି ଡି ଏସସେବାରେ ଉନ୍ନତି ଆସିଥିବା ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁପର ଭାଇଜର ଦୀପାଞ୍ଜଳୀ ମେହେର, ଏମ ଆଇ ଦିବ୍ୟରାଜ ଭୋଇ, ଜି ପି ଇ ଓ ଜଳନ୍ଧର ମାଝୀ, ସି ଆର ସି ସି ବୈଷ୍ଣବ ଦୁରିଆ ନିଜ ନିଜ ଅଭିମତ ରଖିଥିଲେ।ଏଥିରେ ଉକ୍ତ ଗ୍ରା ପ ର ସମସ୍ତ ସରପଞ୍ଚ, ଇ ଓ ,ଯୋଗାଣ ସହାୟକ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଦେବେନ୍ଦ୍ର ଭିତରିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ପ୍ରେଡ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.