ମେଲଛାମୁଣ୍ଡା ପିଏଚସିରେ ରୋଗୀ କଲ୍ୟାଣ ସମିିତି ବୈଠକ

0

ମେଲଛାମୁଣ୍ଡା,(ମନୋଜ ଭୋଇ ) ମେଲଛାମୁଣ୍ଡାସ୍ଥିତ ସ୍ୱାସ୍ଥ୍ୟ ଓ ନିରୋଗ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିିତିର ବୈଠକ ଅନୁଷ୍ଠିତ  ହୋଇଯାଇଛି । ସମିତିର ଚେୟାରପରସନ ସମିତି ସଭ୍ୟ ସନ୍ତୋଷ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ଜମଳା ସିଏଚସି ମେଡିକଲ ଇନଚାର୍ଯ୍ୟ ଡା. ତ୍ୟାଗରାଜ ସିଂ, ମେଲଛାମୁଣ୍ଡା ପିଏଚସି ମେଡିକାଲ ଅଫିସର ଡା. ଆଦିତ୍ୟ ଭୋଇ, ଡା. ଦେବାଶିଷ ରଥ, ଡା. ସୁବ୍ରତ ନାୟକ, ସ୍ଥାନୀୟ ସରପଂଚ ସୁନୀତା ବରିହା, ସ୍ୱେଚ୍ଛାସେବୀ ଏଲିୟ ସାଗର, ସୁଧାଂଶୁ ପଧାନ, ସନ୍ତୋଷ ସିଂ, ଫର୍ମାସିଷ୍ଟ ସୋମନାଥ ମେହେର, ଏଏନଏମ ବବଲି ଦେବତା, ମେଲେରିଆ ସୁପରଭାଇଜର ରାଜେନ୍ଦ୍ର ମିଶ୍ର, ଉପେନ୍ଦ୍ର ସାହୁ ପ୍ରମୁଖ ବୈଠକରେ ଭାଗ ନେଇ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ରୋଗୀ ମାନେ କିଭଳି ଭାବରେ ଉତମ ସେବା ପାଇ ପରିବେ ସେହି ଦିଗ ପ୍ରତି ବେଶି ଗୁରୁତ୍ୱ ଦିଆଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ଅଧିକ ପରିଷ୍କାର ପରିଛନ୍ନ ରଖିବା ସହ ବୃକ୍ଷ ରୋପଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ଏଏନଏମ ବବଲି ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।   

Leave A Reply

Your email address will not be published.