ସାମ୍ବାଦିକଙ୍କୁ ପ୍ରତି ଅଶାଳୀନ ମନ୍ତବ୍ୟ : ଅଭିଯୋଗପତ୍ର ଦାଖଲକଲେ ସାରସକଣାବ୍ଲକର ସାମ୍ବାଦିକମାନେ !

0

ବିଧାୟକ କହିଲେ ” ମତେ କୌଣସି ସାମ୍ବାଦିକ ଚାନ୍ଦ ମାଗିନାହାନ୍ତି”

ସାରସକଣା(ଶାସକ ପ୍ରଶାସକ) ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ଥାନାରେ ଦଳୀୟ ଯୁବକଙ୍କ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରତିବାଦରେ ଗତକାଲି ରାତିରେ ଲିଖିତ ଅଭିଯୋଗ ପରେ ନିନ୍ଦା କରାଯାଇଛି । ପ୍ରକାଶ ଥାଉକି ତା୨୬.୦୬.୨୦୧୯ରିଖ ବାରିପଦା ସ୍ଥିତ ଦୀପକ ମଲ୍ଲୀକ ନାମକ ଯୁବକ ନିଜ ଫେସବୁକ ଆଇ.ଡି ରେ (ସାରସକଣା ରେ ନିୟମିତ ଚାନ୍ଦା ଆଦାୟ କରୁଥିବା କିଛି ସାମ୍ବାଦିକ ବଜେପି ବିଧାୟକଙ୍କୁ ଚାନ୍ଦାମାଗି ବିଫଳ ହେବା ପରେ, ପ୍ରତିଶୋଧ ନେବା ପାଇଁ ଯୋଜନା କରୁଛନ୍ତି) ବୋଲି ଲେଖି ପୋଷ୍ଟ କରିବା ପରେ, ସାରସକଣା ବ୍ଲକରେ ରହିଥିବା ସାମ୍ବାଦିକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯୁବକ ଜଣକ ଲେଖାର ସତ୍ୟାସତ୍ୟ ପ୍ରମାଣ କରିବାକୁ ଯାଇ ଅଧିବେଶନରେ ଯୋଗ ଦେବାକୁ ଯାଇଥିବା ସାରସକଣା ବିଧାୟକ ଡ. ବୁଢାନ ମୁର୍ମୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଏହା ଭୁଲ ବୋଲି ଦର୍ଶାଇ ପରୋକ୍ଷରେ ବା ପ୍ରତକ୍ଷରେ କୌଣସି ସାମ୍ବାଦିକ ଭାଇ ଚାନ୍ଦା ମାଗିନଥିବା କହିଥିଲେ ।ଏହାକୁ ନେଇ ସାମ୍ବାଦିକ ମହଲରେ ଉତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଉକ୍ତ ଯୁବକ ଆକ୍ରୋଶମୁଳକ ଭାବେ କୌଣସି ଏକ ସ୍ୱାର୍ଥସାଧିତ  ହୋଇନଥିବା ହେତୁ ସମସ୍ତ ସାମ୍ବାଦିକଙ୍କ ସମ୍ମାନ ନଷ୍ଟ କରିବାକୁ ପ୍ରୟାସ କରୁଥିବା  ବିରୋଧରେ ଗତକାଲି ସଂଧ୍ୟାରେ ଏକାଧିକ ସାରସକଣା ବ୍ଲକର ସାମ୍ବାଦିକ ଏକତ୍ରିତ ହୋଇ ଝାରପୋଖରୀଆ ଥାନାର ଆଇ.ଆଇ.ସି. ଶରତ ଚନ୍ଦ୍ର ମହାଳିକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଯଦୀଅ କୌଣସି କାରଣକୁ ନେଇ ବ୍ଲକରେ ସମସ୍ୟା ରହିଥାଇପାରେ ତଥାପି ଜଣେ ଦଳୀୟ କର୍ମୀ   କେଉଁ ସ୍ୱାର୍ଥରେ ସାମ୍ବାଦିକ ନାମରେ ଲେଖିଲେ ଯେତେବେଳେ କି ସରକାର ସାମ୍ବାଦିକଙ୍କୁ ସମ୍ମାନ ଦେବା ସହ ତାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ରହିଛନ୍ତି । ତଦନ୍ତ ପ୍ରକ୍ରିୟା ଚାଲୁରହିଛି, ଅଧିବେଶନରେ ଯୋଗ ଦେଇ ଫେରିବା ପରେ ବିଧାୟକଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇ.ଆଇ.ସି. ପ୍ରକାଶ କରିଛନ୍ତି । ଏହା ପରେ ମଧ୍ୟ ଯୁବକ ଜଣକ ବ୍ୟକ୍ତିଗତ ଫୋଟ ବ୍ୟବହାର କରି ସାମ୍ବାଦିକଙ୍କୁ ବଦନାମ କରିବାକୁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.