ବନବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ

0

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) :  ବିଶେଷ ସୁତ୍ରରୁ ଖବର ପାଇ ଓଡଗାଁ ବନାଂଚଳ ଅଧକାରୀ ରବିନ୍ଦ୍ରନାଥ ପଣ୍ଡା, ବନପାଳ ସରୀତା ବରାଳ, ବନରକ୍ଷୀ ଶୁଭେନ୍ଦୁ ନାୟକ, ଅରବିନ୍ଦ ସାହୁ ଙ୍କ ସହିତ ପ୍ରୋଟେକସନ ସ୍କ୍ୱାଡଙ୍କୁ ସାଙ୍ଗରେ ନେଇ ସୁନାମୁହିଁ ଗ୍ରାମର ଦେବରାଜ ମହାରଣାଙ୍କ ଘର ପଛପାଖରେ ଥିବା ଏକ କୁଡିଆ ଘରେ ଅତର୍କିତ ଚଢାଉକରି ୧୧୦ ଖଣ୍ଡ ଶାଗୁଆନ ଓ ୨୦ଖଣ୍ଡ ଜାମୁ ପଟା ଜବତ କରିଥିଲେ । ହେଲେ ଦେବରାଜ ଘରେ ନଥିବାରୁ ଗିରଫ କରିବା ସମ୍ଭବ ହୋଇନଥିଲା । ପ୍ରାଥମିକ ଆକଳନରୁ ପଟା ଗୁଡିକ ଲକ୍ଷାଧିକ ମୂଲ୍ୟ ହେବ ବୋଲି ଜଣାଯାଇଛି ।

Leave A Reply

Your email address will not be published.