ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ସଦର ବିଧାୟକ

0 1

 ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ ବନ୍ୟା ପ୍ରପୀଡିତ ଅଞ୍ଚଳର ଦୁର୍ବଳ ନଦୀବନ୍ଧ ଗୁଡିକର ପରିଦର୍ଶନ କରି ସ୍ଥାନେ ସ୍ଥାନେ ହୋଇଥିବା ଖାଇର ସ୍ଥିତି ସମୀକ୍ଷା କରିଥିଲେ । ଆଗାମୀ ବର୍ଷା ଋତୁରେ ବନ୍ୟା ସାମ୍ଭାବ୍ୟ ସ୍ଥାନ ଯଥା ବୁଆଁଳ, ନଗ୍ରମ, ସିନ୍ଧିଆ, ବଇଞ୍ଚା ଏବଂ କୁରାଡିଆ ପଞ୍ଚାୟତର ବିଭିନ୍ନ ନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଜଳସେଚନ ବିଭାଗର ଯନ୍ତ୍ରୀ ଦିପକ ପ୍ରଧାନଙ୍କ ସହ ବୁଲି କେଉଁଠି ପଥର ପେଚିଙ୍ଗ ଏବଂ ନଦୀ ବନ୍ଧ କାର୍ଯ୍ୟ ଜରୁରୀ ତାହାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିର୍ପ୍ୟଯୟ କମିଟିରେ ପ୍ରଥମଥର କରି ସଦର ବିଧାୟକ ଶ୍ରୀ ଦତ୍ତ ଯୋଗଦାନ କରିବାର କାର୍ଯ୍ୟ ରହିଥିବା ବେଳେ ସଦର ନିର୍ବାଚନ ମଣ୍ଡଳୀରେ ବନ୍ୟାକୁ ମୁକାବିଲା ପାଇଁ ଉପରୋକ୍ତ ରିପୋର୍ଟକୁ  ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ଦତ୍ତ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅମ୍ବିକା ବେହେରା, ସରପଞ୍ଚ ସବେଶ୍ୱର ମହାନ୍ତି, ଉତ୍ତମ ପ୍ରଧାନ, ଶ୍ରୀନିବାସ ମହାଳିକ, ସମିତିସଭ୍ୟ ରବିନାରାୟଣ ମହାପାତ୍ର, ଅନନ୍ତ ନାୟକ ଓ ଗୈାରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.