ରାଣୀପାଟଣା ନୂତନ ପମ୍ପହାଉସର ଶୁଭ ଦେଲେ ସଦର ବିଧାୟକ

0 1

ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱର ସହର ଅନ୍ତର୍ଗତ ରାଣୀପାଟଣା ଅଞ୍ଚଳରେ ସଦର ବିଧାୟକ ମଦନ ମୋହନ ଦତ୍ତ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ନାୟକଙ୍କ ଉପସ୍ଥିତିରେ ପାନୀୟ ଜଳ ପ୍ରକଳ୍ପ ନୂତନ ପମ୍ପହାଉସ୍ ପାଇଁ ଶୁଭ ଦେଇଛନ୍ତି । ଏହି ପ୍ରକଳ୍ପ ସଂପୃକ୍ତ ଅଞ୍ଚଳ ସହ ପାଶ୍ୱବର୍ତ୍ତୀ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ଦୂର କରିବାରେ ସହାୟକ ହେବ । ରାଣୀପାଟଣା, ବ୍ୟାଙ୍କ କଲୋନୀ, ଦରଜୀ ପୋଖରୀ ଏବଂ ବାଲିବିଲ ପ୍ରଭୃତି ଅଞ୍ଚଳରେ ଏହି ପ୍ରକଳ୍ପ ଦ୍ୱାରା ଲୋକଙ୍କ ଘରକୁ ସିଧାସଳଖ ପାଣି ପହଞ୍ଚି ପାରିବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସର୍ବେଶ୍ୱର ପାତ୍ର, ଶ୍ରୀହରି ଶୁକ୍ଲା, ପର୍ଶୁରାମ ମହାନ୍ତି, ଦୁର୍ଗାପ୍ରସନ୍ନ ବେହେରା, ପ୍ରଦୀପ ବେହେରା, ସୀତାକାନ୍ତ ସ୍ୱାଇଁ, ଚିତ୍ତରନ ପଣ୍ଡା, ସତ୍ୟଜିତ ପାଢୀ, ଗଶେଷ ସାମଲ, ଧିରଜ ମହାନ୍ତି, ମଣ୍ଟୁ ପେରିୱାଲ, କଟିଆ ସାହୁ, ବିକାଶ ପାଢୀ, ଅରୂପ ଜେନା, ସୈାଭାଗ୍ୟ ମାନସ ନାୟକ, ଜୀବନ ପାତ୍ର, ଚୈତାଲି ଲୋଧ ଏବଂ ସୁସ୍ମିତା ସୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.