ସମ୍ବିଧାନ ଦିବସ ପାଳିତ

9

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୬/୧୧/୨୬ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଭାରତୀୟ ସମ୍ବିଧାନର ମୂଳମନ୍ତ୍ର ଓ ମୂଲ୍ୟବୋଧ,ଗଣତନ୍ତ୍ର,ନ୍ୟାୟ,ସମାନତା ଓ ସ୍ୱାଧୀନତା ବିଷୟରେ ବିସ୍ତୃତ ଭାବେ କହିଥିଲେ। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ସଭା ଆନୁଷ୍ଠାନିକ ଭାବେ ଭାରତ ର ସମ୍ବିଧାନକୁ ଗ୍ରହଣ କରିଥିଲା ବୋଲି କହିଥିଲେ । ଏହାର ଠିକ୍ ୨ ମାସ ପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା।ଡକ୍ଟର ଭୀମରାଓ ଆମ୍ବେଦକର ଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନରେ ପ୍ରସ୍ତୁତ ହୋଇଥିଲା। ଯାହାକି ବିଶ୍ୱରେ ଭାରତ ଏକ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଖ୍ୟାତି ପାଇଛି। ସମ୍ବିଧାନ ପ୍ରଣେତା ଡକ୍ଟର ସୀଭୀମରାଓ ଆମ୍ବେଦକର ଙ୍କ ୧୨୫ ତମ ଜନ୍ମ ତିଥି ଅବସରରେ ୨୦୧୫ ମସିହାରୁ ଭାରତ ସରକାର ସମ୍ବିଧାନ ଦିବସ ପାଳନ କରି ଆସୁଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ସମ୍ବିଧାନର ଆଦର୍ଶ ଓ ଗଣତନ୍ତ୍ରର ସୁରକ୍ଷା ନେଇ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଅଧ୍ୟାପକ ଶିବ ପ୍ରସାଦ ସାହୁ,ସରୋଜ ବଡକିଆ , ଲିପୁ ମାଝୀ, ପଦମ ଭତରା,ଜୟକୃଷ୍ଣ ଭତରା ,ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶିନୀ ସ୍ୱାଇଁ,ଅସ୍ମିତା ସ୍ୱାଇଁ, ରିତୁ ମଣ୍ଡଳ , ଜ୍ୟୋତ୍ସ୍ନା ରାଣୀ ସହ ବରିଷ୍ଠ କିରାଣି ଦୟାନିଧି ଟାକ୍ରି ଉପସ୍ଥିତ ଥିଲେ। ସେହିପରି ବିଡିଓ ସମିର କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ବ୍ଲକ ପ୍ରଶାସନ ତରଫରୁ ମଧ୍ୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.