ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ଓ ଏନ ଏ ସି ମଧ୍ୟରେ କାର୍ଯ୍ୟରତ ଅଙ୍ଗନାୱାଡି ମହିଳା ମାନେ ମହିଳା ଓ ଶିଶୁ ବିକାଶ କାର୍ଯାଳୟ , କାଶୀନଗର ସମ୍ମୁଖରେ ୭ ଦଫା ଦାବୀ ପୂରଣ ନିମନ୍ତେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ପ୍ରଥମେ ଅଙ୍ଗନବାଡି ମହିଳା ମାନେ ସଭାପତି ବନିତା ସାହୁଙ୍କ ନେତୃତ୍ୱରେ ନୂଆ କାଶୀନଗର ଠକୁରାଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ନିଜ ମୁଖ୍ୟ ଦାବୀ ଗୁଡିକୁ ସ୍ଲୋଗାନ ମାଧ୍ୟମରେ ଉପସ୍ଥାପନା କରି କାଶୀନଗର ସହର ପରିକ୍ରମା କରି ଥିଲେ। କାର୍ଯ୍ୟକ୍ରମ ରେ ଶହ ଶହ ଅଙ୍ଗନବାଡି ମହିଳା ମାନେ ଯୋଗ ଦେଇ ସରକାରଙ୍କ ନିକଟରେ ବାରମ୍ବାର ନିଜ ନ୍ୟାଯ୍ୟ ଦାବୀ ଗୁଡିକୁ ଉପସ୍ଥାପନା କଲେ ସୁଦ୍ଧା ସରକାର କର୍ଣ୍ଣ ପାତ ନ କରିବାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ଶ୍ରୀମତୀ ସାହୁ ସୂଚନା ଦେଇଥିଲେ।
ମୁଖ୍ୟତଃ ଅଙ୍ଗନବାଡି ମହିଳା ମାନଙ୍କୁ ସରକାରୀ ମାନ୍ୟତା , ଦରମା ବୃଦ୍ଧି , ମୃତ୍ୟୁ କାଳୀନ ସହାୟତା , ପେନସନ , ପଦୋନ୍ନତି , ଅବସର କାଳୀନ ଭତ୍ତା ଏମିତି ସବୁ ଦାବୀ କରିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post