ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲାଜାର ଲିମାଙ୍କ ଦ୍ଵାରା ଲେଖିତ “ଜୀବନ ତରଙ୍ଗ” ନାମକ ପୁସ୍ତକ ଟିକୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ସୁଶ୍ରୀ ଭଗତ ସାମଲ କଲ୍ୟାଣ ରାଓ (ଆଇ.ଏ.ଏସ୍)ଙ୍କ କର କମଳରେ ଶୁଭ ଉନ୍ମୋଚିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସି ସି ଡ଼ି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଏ. ଜଗନ୍ନାଥ ରାଜୁ , ଶ୍ୱାସ ଅନୁଷ୍ଠାନର ମୁଖ୍ୟ ଡ. ଡି. ଜଗନ୍ନାଥ ରାଜୁ , ବିକାଶ ବିଦ୍ୟା ନିକେତନ ପ୍ରତିଷ୍ଠାନର ସତ୍ୟ ନାରାୟଣ ପଣ୍ଡା , ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ବିଭାଗର ମନସ୍ତତ୍ୱ ସଂଯୋଜକ ପ୍ରାଣ ରଞ୍ଜନ ନାୟକ, ପ୍ରେମ୍ ଅନୁଷ୍ଠାନର ସାହେବ୍ ବିଶୋଇ , ବରିଷ୍ଠ ଶିକ୍ଷାବିତ୍ ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଗଜପତିର ବିଚିତ୍ରାନନ୍ଦ ବେବର୍ତ୍ତା , ସେବାନିବୃତ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ପ୍ରମୋଦ ଚ଼ନ୍ଦ୍ର ପାଢ଼ୀ , ମୁରଲିଧର ପରିଛା , ଧରଣୀ ଧର ପରିଛା ଉପସ୍ଥିତ ଥିଲେ।
ଏହି “ଜୀବନ ତରଙ୍ଗ” ବହି ଆଜିର ସମାଜ ଓ ଯୁବପିଢି ଙ୍କୁ ସତ୍ ମାର୍ଗରେ ପରିଚାଳିତ କରାଇବା , ପଥ ଭ୍ରଷ୍ଟ ନହୋଇ ଆମ କଳା , ସଂସ୍କୃତି , ସଂସ୍କୃତିର ପରମ୍ପରାକୁ ବଜାଇ ରଖିବା ସହ ଏକ ଶୃଙ୍ଖଳିତ ଓ ପ୍ରଗତିଶୀଳ ସମାଜ ଗଠନରେ ଯୋଗଦାନ କରିବା ଏବଂ ସକାରାତ୍ମକ ଚିନ୍ତାଧାରାକୁ ଜାଗ୍ରତ କରି ଏକ ସଂସ୍କୃତି ସମ୍ପନ୍ନ ସମାଜ ଗଠନ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ବହିଟିର ଲେଖକ ଲାଜାର ଲିମା କହିଥିଲେ। ଉପଜିଲ୍ଲାପାଳ ଶିଶୁ ଶ୍ରମିକ , ବାଲ୍ୟ ବିବାହ ରୋକିବା , ଏଭଳି ସାମାଜିକ କୁସଂସ୍କାରକୁ ନେଇ ଜନ ସଚେତନତା ଏବଂ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ଉଦ୍ଦେଶ୍ୟରେ ଲେଖକ ମାନେ ସେମାନଙ୍କ ବଳିଷ୍ଠ ଲେଖା ଲେଖିବା ଆବଶ୍ୟକ କହିଥିଲେ। ଶେଷରେ ମୁରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.