ଭଞ୍ଜନଗର ଠାରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ବୈଠକ

16

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ୧୨୩-ଭଞ୍ଜନଗର, ୧୨୮-ଆସିକା ଏବଂ ୧୨୯-ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର୍‌)-୨୦୨୭ ର ଶୁଭାରମ୍ଭ, କାର୍ଯ୍ୟସୂଚୀ ଏବଂ ଏହାର ବିଭିନ୍ନ କାର୍ଯ୍ୟକାରୀ ପଦ୍ଧତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ତିନୋଟି ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇ.ଆର୍.ଓ.) ଏହି ବୈଠକରେ ଯୋଗ ଦେଇଥିଲେ।

ଭଞ୍ଜନଗର ନିର୍ବାଚନମଣ୍ଡଳୀର ଇ.ଆର୍.ଓ. ତଥା ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଆସିକା ନିର୍ବାଚନମଣ୍ଡଳୀର ଇ.ଆର୍.ଓ. ତଥା ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ସୋରଡ଼ା ନିର୍ବାଚନମଣ୍ଡଳୀର ଇ.ଆର୍.ଓ. ଶ୍ରୀ ବସନ୍ତ କୁମାର ସେଠୀ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ରଚିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବିଷୟ ବସ୍ତୁ ଉପରେ ସବିଶେଷ ଆଲୋଚନା କରିଥିଲେ ବୈଠକରେଏସ୍‌ଏସ୍‌ଆର୍‌-୨୦୨୭ ପ୍ରକ୍ରିୟାର ସଫଳ ରୂପାୟନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଏବଂ ସମସ୍ତଙ୍କ ସହଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ଏସ୍‌ଏସ୍‌ଆର୍‌ର ଗୁରୁତ୍ୱ ଏବଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ତା. ୩୦.୧୧.୨୦୨୬ରେ ଖସଡ଼ା ମତଦାତା ତାଲିକା ପ୍ରକାଶନ, ତା. ୩୦.୧୧.୨୦୨୬ରୁ ତା. ୩୦.୧୨.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ଏବଂ ତା. ୨୧.୦୧.୨୦୨୭ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶନ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଏଥିସହିତ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଯୋଗ୍ୟ ଯୁବ ମତଦାତାମାନଙ୍କୁ ମତଦାତା ତାଲିକାରେ ସାମିଲ କରିବା ଦିଗରେ ଆବଶ୍ୟକୀୟ ଉଦ୍ୟମ କରିବାକୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା।ଏହି ବୈଠକରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.