ବାରିପଦା(ଶାସକ ପ୍ରଶାସକ )- ମୋରଡ଼ା ଥାନା ଅଧିକାରୀ ନିଜ ଦାୟିତ୍ୱ ଓ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ଦୁଇ ଜଣ ମହିଳା ହତ୍ୟାକାରୀଙ୍କ ଶିକାର ପାଲଟି ଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ନେଇ ଉତ୍ତେଜନା ଦେଖା ଦେବା ସାଙ୍ଗକୁ ଘଟଣାସ୍ଥଳକୁ ଯାଇଥିବା ପୁଲିସକୁ ଗ୍ରାମବାସୀମାନେ ଅଟକ ରଖିଥିବାର ସୂଚନା ମିଳିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି , ଜୁନ ୧୭ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ଘଟିଛି ଡବଲ ମର୍ଡର। ପର ପୁରୁଷ ସହ ନିଜ ସ୍ତ୍ରୀ ର ଅନୈତିକ ସମ୍ପର୍କ ସନ୍ଦେହକୁ ନେଇ ସ୍ୱାମୀ କୁରାଢ଼ୀ ରେ ଛେଚି ନୃଶଂସ ଭାବେ ହତ୍ୟା କଲା ସ୍ତ୍ରୀ ଓ ଶାଶୁକୁ । ଏହି ଭଳି ଏକ ଅଭାବନୀୟ ଓ ଦୁଃଖଦାୟକ ଘଟଣା ଆଜି ସକାଳ ପ୍ରାୟ ୬.୩୦ରେ ଘଟିଯାଇଥିବାର ଜଣାପଡିଛି । ଅଭିଯୁକ୍ତ ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ(୫୦) ତାର ଶାଶୁ ସୁନତୀ ମହାନ୍ତ(୬୧)ଏବଂ ସ୍ତ୍ରୀ ମମତା ମହାନ୍ତ(୪୦)ଙ୍କୁ ହତ୍ୟା କରିଥିବାର ଜଣାପଡିଛି । ତେବେ ଉକ୍ତ ଘଟଣାକୁ ନେଇ ଖୁଣ୍ଟାପାଳ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଖବରପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ରକୁ ନିଜ ହେପାଯତକୁ ନେଇ ଅଟକ ରଖିଛି। ରଜ ପୂର୍ବରୁ ଅଭିଯୁକ୍ତ ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ର କୁରାଢ଼ୀ ଧରି ଶାଶୁ ଓ ସ୍ତ୍ରୀକୁ ହତ୍ୟାକରିବ ବୋଲି ଧମକ ଦେଇବା ସହ ହାତରେ କୁରାଢ଼ୀ ଧରି ବୁଲୁଥିଲା। ତେଣୁ ଭୟରେ ଏମାନେ ଗାଁରେ ଅନ୍ୟ ଲୋକଙ୍କ ଘରେ ଆତ୍ମଗୋପନ କରିବା ଶେଷରେ ଗତକାଲି ରବିବାର ଶାଶୁ ସୁନତୀ ମହାନ୍ତ ଜ୍ବାଇଁ ପୂର୍ଣ୍ଣଙ୍କ ନାମରେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା ପ୍ରଦର୍ଶନ ପୂର୍ବକ ନୀରବ ରହିଯାଇଥିଲେ । ତେଣୁ ପୁଲିସର ଅବହେଳା ସହ ସଠିକପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ଦୁଇଟି ମୂଲ୍ୟବାନ ଜୀବନ ଅକାଳରେ ଟଳି ପଡିଲା ବୋଲି ଗ୍ରାମବାସୀମାନେ ପୁଲିସ ବିରୋଧରେ ଅଭିଯୋଗ ଆଣି ଆଜି ପୋଲିସକୁ ଅଟକ ରଖି ମୃତା ଗରୀବ ମାଆ ସୁନତୀର ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ସହିତ ଶବକୁ ନିଜ ଦାୟିତ୍ବରେ ପୋଲିସ ଦାହ କରଇବା ସହ ମୃତା ସୁନତୀର ଅଭିଯୋଗକୁ ଉପେକ୍ଷା କରିଥିବା ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
ଖବର ଲେଖାଯିବା ପର୍ଯ୍ୟନ୍ତ ମୋରଡ଼ା ଥାନା ଚିକିଟାମାଟିଆ ପଂଚାୟତ ଖୁଣ୍ଟାପାଳ ଗ୍ରାମବାସୀମାନେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବସିଥିବା ପୁଲିସ ଗାଡିକୁ ଭଙ୍ଗାରୁଜା କରିବା ସହ ଗାଡି ଭିତରେ ଅଭିଯୁକ୍ତ ପୂର୍ଣଚନ୍ଦ୍ରକୁ ପିଟା ମରା କରିଛନ୍ତି ଏବଂ ମୋରଡ଼ା ଥାନା ଅଧିକାରୀ ଯୋଗେନ୍ଦ୍ର ମଲ୍ଲିକ ସହ ଘଟଣା ସ୍ଥଳକୁ ଯାଇଥିବା ଥାନା ଷ୍ଟାଫ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ, ମାଜିଷ୍ଟ୍ରେଟ ଦାୟିତ୍ୱ ତଥା ମୋରଡ଼ା ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁକୁ ମଧ୍ୟ୍ୟ ଗ୍ରାମବାସୀମାନେ ଅଟକ ରଖିଛନ୍ତି । ଖବରପାଇ ମୋରଡ଼ା ବିଧାୟକ ରାଜକିଶୋର ଦାସ ଓ ବିଜେପି ପୂର୍ବ ଜିଲ୍ଲା ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ଖୁଣ୍ଟାପାଳ ଗ୍ରାମରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ଜାରି ରଖିଥିବାର ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Next Post