ପଦ୍ମପୁର(ନୀଲାମ୍ବର ଦୀପ):- ପଦ୍ମପୁର ଉପଖଣ୍ଡ ଦହିତା ପଂଚାୟତର ଲେଦ୍ରାପାଲି ଗ୍ରାମରେ ବଜ୍ରପାତ ଯୋଗୁଁ ଜଣଙ୍କ ମୃତୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥା ରେ ଚିକିତ୍ସା ପାଇଁ ପାଟଣାଗଡ଼ ନିଆ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ନାରାୟଣ ବରିହା (୨୫) ଏବଂ ପବିତ୍ର ବରିହା (୨୪) ରାତି ରେ ସୋଇ ଥିବା ବେଳେ ପ୍ରାୟ ୨ଟା ସମୟ ରେ ବଜ୍ରପାତ ହୋଇ ଥିଲା। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥା ରେ ପଦ୍ମପୁର ଚିକିତ୍ସାଳୟ କୁ ଅଣା ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ନାରାୟଣ ବରିହାଙ୍କ ମୃତ୍ୟୁ ହୋଇଥିବା ବେଳେ ପବିତ୍ର ବରିହାଙ୍କୁ ପାଟଣାଗଡ଼ ଚିକିତ୍ସାଳୟକୁ ନିଆ ଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post