ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ରାଜ୍ଯ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର , ଓଡ଼ଶା ସହ ପ୍ରଭାରୀ ଶ୍ରୀ ଦୀନେଶ କୁମାର , ସହ ପ୍ରଭାରୀ ଶ୍ରୀ ଅଜିତ୍ ସିଂ ପାଲ ଓ ସାଂଗଠନିକ ସମ୍ପାଦକ ଶ୍ରୀ କଲ୍ୟାଣ ଆନନ୍ଦ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଆବାହକ ଶ୍ରୀ ଶିଶିର କୁମାର ଭଞ୍ଜ ସାମନ୍ତ ଙ୍କ ଆବାହକତ୍ୱରେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ବୈଠକ କରିଥିଲେ।
ଏହି ବୈଠକରେ ବିଭିନ୍ନ ବ୍ଳକ୍ ଓ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏଥି ସହ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ଭେଟିଥିଲେ। ଏହି ବୈଠକରେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା , ଯୁବ ସଭାପତି ମାଣ୍ଡାଲା ବିଜୟ କୁମାର , ନଗର ସଭାପତି ସନ୍ତୋଷ କୁମାର ପଣ୍ତା , ଜିଲ୍ଲା କମିଟି ସଦସ୍ୟ ଲୋଗୋସ୍ ଦାସ ବର୍ଦ୍ଧନ , କିଶୋର ଚନ୍ଦ୍ର ଗୁରୁ , ଶିବାଶିଷ ପଟନାୟକ , ଲିଙ୍ଗରାଜ ପାଣିଗ୍ରାହୀ , ଶିର୍ଲା ଈଶ୍ୱର ରାଓ , ବୋୟାଜ ବେବର୍ତ୍ତା , ସୁସ୍ଥିର ଷଡ଼ଙ୍ଗୀ , ଭୁବନାନନ୍ଦ ପାଇକ , ରମେଶ ଭୂୟାଁ , ବିଜୟ ପାଣି , ହିମାଂଶୁ ଲିମ୍ମା ଜୟସେନ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.