ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ପାଳିତ

41

କ୍ୟାଣ୍ଡେଲ ଜାଳି ଦିବଂଗତ ତୃତୀୟଲିଙ୍ଗୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି :

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଟ୍ରାନ୍ସଜେଣ୍ଡର ଆସୋସିଏସନ୍ ପକ୍ଷରୁ ପାରଳାଖେମୁଣ୍ଡି ପୌର ପରିଷଦ ଅନ୍ତର୍ଗତ କୋର୍ଟ ଛକଠାରେ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ପାଳନ କରାଯାଇଛି।
ଏହି ଅବସରରେ ଦିବଂଗତ ତୃତୀୟଲିଙ୍ଗୀ ବ୍ୟକ୍ତିବିଶେଷଙ୍କ ସ୍ମୃତିରେ କ୍ୟାଣ୍ଡେଲ ଜାଳି ନୀରବ ପ୍ରାର୍ଥନା ସହ ଗଭୀର ଶୋକସନ୍ତପ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସମାଜରେ ତୃତୀୟଲିଙ୍ଗୀ ସମୁଦାୟର ଅଧିକାର , ସମ୍ମାନ , ସୁରକ୍ଷା ଓ ସମାନତାର ଗୁରୁତ୍ୱକୁ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗଜପତି ଟ୍ରାନ୍ସଜେଣ୍ଡର ଆସୋସିଏସନ୍‌ର ସଭାନେତ୍ରୀ ମଧୁ ବରାଡ଼ , ସମ୍ପାଦିକା ଜସ୍ମିନ ସେଖ , ସଦସ୍ୟା ସୁନୀତା ମିଶାଲ , ମଧୁ ଗୌଡ଼ , ଲିନୁ ସୁବୁଦ୍ଧି , ସୁନେନା ମହାରଣା , ପ୍ରିୟଂଶୁ ରଞ୍ଜନ ପାତ୍ର , ତମନ୍ନାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ।
ସେହିପରି ସାମାଜିକ ଅନୁଷ୍ଠାନ ଏସ୍ ଡବ୍ଲୁ ଡବ୍ଲୁ ଏସ୍ ର ପ୍ରୋଜେକ୍ଟ ମ୍ୟାନେଜର ପି. ସୁନୀତାଙ୍କ ସହ କର୍ମଚାରୀ ଉର୍ବଶୀ , ରେଣୁକା ଓ ରମ୍ଭା ଏବଂ ” ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ସୁନୀତା ମହାରଣା ମଧ୍ୟ ଉପସ୍ଥିତ ରହି ଏହି ସ୍ମୃତି ସଭାରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ଲୋକେ ଦିବଂଗତ ତୃତୀୟଲିଙ୍ଗୀ ବ୍ୟକ୍ତିବିଶେଷଙ୍କୁ ମନେ ପକାଇ ଶୋକ ଓ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ସ୍ମୃତି ଦିବସର ଉଦ୍ଦେଶ୍ୟ ହେଉଛି ଦିବଂଗତ ତୃତୀୟଲିଙ୍ଗୀଙ୍କୁ ସମ୍ମାନର ସହ ସ୍ମରଣ କରିବା ସହ ସମାଜରେ ସେମାନଙ୍କ ପ୍ରତି ସମ୍ମାନ , ସହାନୁଭୂତି , ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା।

Leave A Reply

Your email address will not be published.