ବଡ଼ବିଲ (ଶାସକ ପ୍ରଶାସକ): ବେଆଇନ ଖଣିଜ ପରିବହନ ବିରୋଧରେ ବଡ଼ବିଲ ପୋଲିସର କାର୍ଯ୍ୟାନୁଷ୍ଠାନ। ଲୁହାପଥରର ବେଆଇନ ପରିବହନ କରୁଥିବା ତିନୋଟି ହାଇୱା ଗାଡ଼ିକୁ ଜବତ କରିବା ସହ ଚାରି ଜଣଙ୍କୁ ଅଟକ ରଖିଛି ବଡ଼ବିଲ ପୋଲିସ। ଏହି ଘଟଣାରେ ଏକ ସଂଗଠିତ ବେଆଇନ ଖଣିଜ ପରିବହନ ସିଣ୍ଡିକେଟ୍ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।
ପୋଲିସର ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ସମୟରେ ଭଦ୍ରାସାହିଠାରେ ବଡ଼ବିଲ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚେକିଂ ଚାଲିଥିଲା ସମୟରେ ଯୋଡ଼ା ପଟୁ ଦ୍ରୁତଗତିରେ ଆସୁଥିବା ତିନୋଟି ହାଇୱାକୁ ଅଟକିବା ପାଇଁ ସଙ୍କେତ ଦିଆଯାଇଥିଲେ ମଧ୍ୟ ଚାଳକମାନେ ପୋଲିସର ନିର୍ଦ୍ଦେଶକୁ ଅବମାନନା କରି କୋଇଡ଼ା ଆଡ଼କୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ପିଛା କରି ଟଣ୍ଟୋସ୍ଥିତ ବିଆରପିଏଲ ପ୍ଲାଣ୍ଟ ନିକଟରେ ତିନୋଟି ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା।
ଜବତ ହୋଇଥିବା ହାଇୱାଗୁଡ଼ିକର ନମ୍ବର ହେଉଛି ଓଡ଼ି୦୨ବିଏସ ୧୨୦୫, ଓଡ଼ି୦୨ବିଏସ ୧୧୫୩ ଏବଂ ଓଡ଼ି୦୯ପି ୧୯୭୩। ଗାଡ଼ିଗୁଡ଼ିକରେ ଲୁହାପଥର ବୋଝେଇ ଥିବାବେଳେ ଏହାର ପରିବହନ ସମ୍ପର୍କିତ ବୈଧ କାଗଜପତ୍ର କିମ୍ବା ଅନୁମତି ଅଭିଯୁକ୍ତମାନେ ଦେଖାଇପାରିନଥିଲେ।
ପ୍ରାଥମିକ ପଚରାଉଚରା ସମୟରେ ଅଟକ ବ୍ୟକ୍ତିମାନେ ଏହି ଲୁହାପଥର ବେଆଇନ ଭାବେ ସଂଗ୍ରହ କରାଯାଇଥିବା ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅନ୍ତର୍ଗତ ରାଜମୁଣ୍ଡା ଅଞ୍ଚଳର କ୍ରସର ପ୍ଲାଣ୍ଟକୁ ନିଆଯାଉଥିବା ସମ୍ପର୍କରେ ସୂଚନା ଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.