
ପୁରୀ: ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃସ୍ଥାପନ ପାଇଁ ନିରନ୍ତର ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ ଟିପିସିଓଡିଏଲ ଗ୍ରାଉଣ୍ଡ ଟିମ୍।

ଖୋର୍ଦ୍ଧା: ବାତ୍ୟା ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାର ଠାକୁରପଡ଼ା ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ବିଦ୍ୟୁତ୍ ସେବାର ଶୀଘ୍ର ପୁନଃସ୍ଥାପନ ପାଇଁ ଟିପିସିଓଡିଏଲର ଗ୍ରାଉଣ୍ଡ ଟିମ୍ ଦ୍ୱାରା ପ୍ରତିକୂଳ ପାଗ ସତ୍ତ୍ୱେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା।

ଜଗତସିଂହପୁର: ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଓ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିଲେ ଟିପିସିଓଡିଏଲ ଟିମ୍।

ପାରାଦୀପ: ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ପାଇଁ ପାରାଦୀପ ଅଞ୍ଚଳରେ ନିରନ୍ତର ପ୍ରୟାସ ଜାରି ରଖିଥିଲେ ଟିପିସିଓଡିଏଲ କର୍ମଚାରୀ।

କଲ୍ ସେଣ୍ଟର: ଟିପିସିଓଡିଏଲର 1912 କଲ୍ ସେଣ୍ଟରର କର୍ମଚାରୀମାନେ ଉପଭୋକ୍ତାଙ୍କ ସେବାରେ ନିରନ୍ତର ନିୟୋଜିତ ରହିଥିଲେ। ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ଓ ଉତ୍ତମ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଟିପିସିଓଡିଏଲ ଟିମ୍ ସଂକଳ୍ପବଦ୍ଧ ଥିଲା।